ଦୁର୍ଗା ପୂଜା ଉପଲକ୍ଷେ ରାମଚରିତ ମାନସ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଶାରଦୀୟ ଦୁର୍ଗାପୂଜା କୁ ନେଇ ଗାଁ ଠୁସହର ଚଳଚଞ୍ଚଳ। ବିଭିନ୍ନ ଅସ୍ଥାୟୀ ପୂଜା ମଣ୍ଡପ ରେ ଗାଁ କମିଟି, ପୂଜା କମିଟି ପକ୍ଷରୁ ବିଭିନ୍ନ ପ୍ରକାରର ତୋରଣ ନିର୍ମାଣ କରି ମାଁ ଙ୍କ ମୂର୍ତ୍ତି କୁ ସ୍ଥାପନ କରାଯାଇ ସସ୍ତମୀ ଠାରୁ ପୂଜାର୍ଚ୍ଚନା କରାଯାଇଥାଏ।ପୁରାଣ ବର୍ଣ୍ଣିତ ଧର୍ମ ଉପରେ ଅଧର୍ମ ର ରାଜୁତି କୁ ବିନାଶ କରିବାପାଇଁ ମା ଉଗ୍ର ରୂପ ଧାରଣ କରିଥିଲେ। ମାଁ ଙ୍କ ର ସେହି ରୂପ ରେ ମୂର୍ତ୍ତି ବସାଇ ପୂଜାର୍ଚ୍ଚନା କରାଯାଇଥାଏ।ପୁରୁଷୋତ୍ତମପୁର ବ୍ଲକ ର ବିଭିନ୍ନ ଗ୍ରାମ ସମେତ ସ୍ଥାନୀୟ ସହରରେ ମାଁ ଙ୍କୁ ବହୁ ଆଡମ୍ବର ରେ ପୂଜା କରାଯାଏ। ପୂଜା ମଣ୍ଡପ ନିକଟରେ ସନ୍ଧ୍ୟା ସମୟରେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ଅରଖପୁର ଗ୍ରାମରେ ଦୀର୍ଘ ୩୦ ହେଲା ମାଁ ଙ୍କୁ ଅସ୍ଥାୟୀ ପୂଜା ମଣ୍ଡପ ରେ ପୂଜାର୍ଚ୍ଚନା କରାଯାଉଛି। ପୂଜା ମଣ୍ଡପ ନିକଟରେ ତିନି ଧରି ହରିକଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରବଚକ ଶ୍ରୀପାଦ୍ ନିତାଇ ଚରଣ ଦାଶ ସମେତ ସାଥୀ କଳାକାର ବିଭିନ୍ନ ତରିକା ରେ ହରି ଙ୍କ ବିଷୟ ବସ୍ତୁ ବର୍ଣ୍ଣନା କରିଛନ୍ତି। ସାନ୍ଧ୍ୟ ଆଳତୀ, ପ୍ରବଚନ ଦେଖିବା ପାଇଁ ପୂଜା ମଣ୍ଡପ ନିକଟରେ ଗହଳି ଲାଗିରହିଛି। ପଞ୍ଚାୟତବାସୀ ଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯାଉଅଛି।