କୁଞ୍ଜବିହାରି ବଡ଼ଜେନା ଗଞ୍ଜାମର ନୂତନ ତହସିଲଦାର
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ତହସିଲଦାର ରୂପେ କୁଞ୍ଜବିହାରି ବଡ଼ଜେନା ଦାଇତ୍ଵ ଗ୍ରହଣ କରିଛନ୍ତି। ପୂର୍ବରୁ ଥିବା ତହସିଲଦାର ଅରୁଣ କୁମାର ନାୟକଙ୍କୁ ବ୍ରହ୍ମପୁର ବିଡ଼ିଏ ଅଫିସକୁ ବଦଳି ହୋଇଛି। ନୂତନ ତହସିଲଦାର ବଡ଼ଜେନା ପୂର୍ବରୁ ବାଣପୁର ତହସିଲଦାର ରୂପେ କର୍ଯ୍ୟରତ ଥିବା ବେଳେ, ବର୍ତ୍ତମାନ ଦାଇତ୍ଵ ଗ୍ରହଣ କରିବା ପରେ ତହସିଲ ସେବା ଲୋକଙ୍କ ପାଖରେ ପହଞ୍ଚାଇବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି। ଦାଇତ୍ଵ ନେବା ପରେ ତହସିଲ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଓ ବିଭିନ୍ନ ବର୍ଗର ଲୋକେ ଶୁଭେଚ୍ଛା ଜଣାଇଥିଲେ।