ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ବୈଠକ
ବୁଗୁଡା , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବେତାରସିଂ ଅଂଚଳ ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର ବୈଠକ ଅଂଚଳ ସଭାପତି ଗୌର ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ପ୍ରସ୍ତାବିତ ସମାଜ ଗୃହ ପରିସରରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଅଂଚଳ ନିର୍ମାଣ ସଭାପତି ଗଙ୍ଗାଧର ବିଷୋୟୀ, ଓ ସମ୍ପାଦକ ଡାକ୍ତର ଅମ୍ବିକା ପ୍ରସାଦ ବିଷୋୟୀ ଏବଂ ୧୬ ଖଣ୍ଡ ଗ୍ରାମର ସଭାପତି, ସଂପାଦକ, ସାମନ୍ତ,ନିର୍ମାଣ ସଭାପତି ଓ ସମ୍ପାଦକଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ ସମାଜ ଭାଇମାନେ ଯୋଗ ଦେଇଥିଲେ। ନିର୍ମାଣାଧୀନ ସମାଜ ଗୃହ ସମେତ ବିଭିନ୍ନ ସାମାଜିକ ସଂସ୍କାର ବିଷୟରେ ଆଲୋଚନା ହୋଇଥିଲା।


