କିଚକେଶ୍ବରୀ ଙ୍କ ମନ୍ଦିର ରେ କୁଡ଼ୁଆ ଭୋଗ ବିକ୍ରୟ କେନ୍ଦ୍ର ଉଦଘାଟିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରି ଙ୍କ ମନ୍ଦିର ଶୁକୃଳି ବ୍ଲକ ର ଖିଚିଂ ଠାରେ ଅବସ୍ଥିତ , ଏହି ମନ୍ଦିର କୁ ପ୍ରତେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ ଲାଗି ରହି ଥାଏ ,ପୂର୍ବରୁ ଏହି ଐତିହାସିକ ମନ୍ଦିର ରେ ଭକ୍ତ ଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା ନଥିଲା ଯାହାଦ୍ୱାରା ଦୂର ଦୁରାନ୍ତରୁ ଆସୁଥିବା ଭକ୍ତ ବହୁ ଅସୁବିଧାର ସମୁଖୀନ ହେଉଥିଲେ ଭକ୍ତ ଙ୍କ ନିମନ୍ତେ ଆଜି ମନ୍ଦିର ରେ ମା ଙ୍କ ପାଖରେ ଆରମ୍ଭ ହେଲା କୁଡୁଆ ପ୍ରସାଦ ବିକ୍ରୟ ମନ୍ଦିର ପରିସରରେ ଏହାକୁ ସ୍ଥାପନା କରାଯାଇଛି ଏହାକୁ ଅନୁଷ୍ଠାନିକ ଭାବେ କରଞ୍ଜିଆ ଉପଜିଲ୍ଲାପାଳ ତଥା ମନ୍ଦିର ର ଟ୍ରଷ୍ଟି ପ୍ରେମାଂଶୁ ଚାନ୍ଦ ଫିତା କାଟି ଶୁଭ ଉଦଘାଟନ କରିଥିଲେ , ଏହି କାର୍ଯ୍ୟକ୍ରମ ରେ ଶୁକୃଳି ବିଡ଼ିଓ ଭବାନୀ ପ୍ରଧାନ , ତହସିଲଦାର ଜ୍ୟୋସ୍ନାରାଣୀ ନାୟକ , ବ୍ଲକ୍ ଅଧକ୍ଷା କବିତା ମଞ୍ଜରୀ ନାୟକ , ଖିଚିଂ ମନ୍ଦିର ପରିଛା ଅଜୟ କୁମାର ସାହୁ, ପୂଜକ ଦିଲ୍ଲୀପ ପାଣିଗ୍ରାହୀ ଓ ଖିଚିଂ ସରପଞ୍ଚ ଅଙ୍କିତା ବେହେରା ଉପସ୍ଥିତ ଥିଲେ , ପ୍ରଥମେ ଉପଜିଲ୍ଲାପାଳ ମାଆଙ୍କ ଦର୍ଶନ ଓ ପୂଜାର୍ଚନା ପରେ ଭୋଗ ବିକ୍ରୟ କେନ୍ଦ୍ର କୁ ଉଦଘାଟନ କରିଥିଲେ ପରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଚାନ୍ଦ ଶ୍ରଦ୍ଧାଳୁ ଙ୍କ ସହିତ ବସି ପ୍ରସାଦସେବନ କରିଥିଲେ ଏବଂ ଭୋଗ ବିକ୍ରୟ କେନ୍ଦ୍ର ପରିଚାଳକ ଙ୍କୁ ପ୍ରସାଦର ମାନ ସଠିକ ରଖିବାସହିତ ଭକ୍ତ ଙ୍କ ସୁବିଧା ଓ ପରିଷ୍କାର ପରିଛନ୍ନତା ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ପରେ ଏହି ପ୍ରସାଦ ସେବନ ନିମନ୍ତେ ଅନେକ ଭକ୍ତ ଙ୍କ ସମାଗମ ହୋଇଥିଲେ , ସନ୍ଧ୍ୟା ସମୟରେ ନୂତନଭାବେ ମନ୍ଦିର ର ଆଲୋକୀକରଣ ବ୍ୟବସ୍ଥା ର ଉଦଘାଟନ ମଧ୍ୟ ଉପଜିଲ୍ଲାପାଳ କରିଥିଲେ ଏବେ ଭକ୍ତ ମାନେ ମା ଙ୍କ ପ୍ରସାଦ ପାଇ ପାରିବେ ଓ ବିବାହ, ବ୍ରତଘର ନିମନ୍ତେ ଅଗ୍ରୀମ ବୁକିଙ୍ଗ କରି ପାରିବେ ବୋଲି ଅର୍ଣ୍ଣ ଭୋଗ ବିକ୍ରୟ କେନ୍ଦ୍ର ର ପରିଚାଳକ ଭବାନୀ ଶଙ୍କର ପ୍ରଧାନ ସୁଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ