କ୍ଷତିଗ୍ରସ୍ତଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା
ବୁଗୁଡା ,(ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ବୁଗୁଡା ତହସିଲ ଅନ୍ତର୍ଗତ ଦଶୀପୁର ଓ ମାଣିକପୁର ଗ୍ରାମର ଧାନ ଗଦା ପୋଡିଯାଇଥିବା ଦୁଇ ଜଣ ଚାଷୀଙ୍କୁ ରେଡକ୍ରସ ପାଣ୍ଠିରୁ ସୋମବାର ଦିନ ସହାୟତ ପ୍ରଦାନ କରା ଯାଇଛି । କିଛିଦିନ ପୂର୍ବେ ଦଶୀପୁର ଗ୍ରାମର ଖଦାଳ ସ୍ଵାଇଁ ଓ ମାଣିକପୁର ଗ୍ରାମର ମଦନ ସୁନ୍ଦର ଦାସଙ୍କ ଧାନ ଗଦା ପୋଡି ପାଉଁଶ ହୋଇଯାଇଥିଲା।କ୍ଷତିପୂରଣ ବାବଦକୁ ଦୁଇ ଚାଷୀଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ସହାୟତା ଚେକ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପ୍ରଦାନ କରିଥିଲେ।ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ମଧ୍ୟ ଉପସ୍ଥିତ ଥିଲେ ।


