ସ୍ୱାକ୍ତ ପକ୍ଷରୁ କବିତା ପାଠୋତ୍ସବ ଓ ଆଲୋଚନା
ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ସ୍ୱାକ୍ତ” ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ସେବା କାର୍ୟ୍ୟକ୍ରମ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ପ୍ରସିଦ୍ଧ ଐତିହାସିକ ତଥା ପର୍ୟ୍ୟଟନ କ୍ଷେତ୍ର ବୁଦ୍ଧଖୋଲର ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାକ୍ତର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଆଲୋଚକ ଭାବେ ଅଧ୍ୟାପକ ଡ଼ଃ ହିମାଂଶୁ ଶେଖର ରଥ, ମୁରଲୀଧର ନନ୍ଦ, ପଦ୍ମ ଚରଣ ପ୍ରଧାନ, ବଂଶୀଧର ନାୟକ ଓ ଡ଼ଃ ବ୍ରଜ କିଶୋର ପାଢ଼ୀ ଯୋଗଦେଇଥିଲେ। ଆଲୋଚନା ଚକ୍ରର ବିଷୟ ବସ୍ତୁ ଥିଲା “ସାମ୍ପ୍ରତିକ ପରିସ୍ଥିତିରେ ସାହିତ୍ୟ ଉପରେ ମୋବାଇଲର ପ୍ରଭାବ”। ଅତିଥି ବୃନ୍ଦ ମୋବାଇଲ ଦ୍ୱାରା ସାହିତ୍ୟ ଉପରେ ପଡୁଥିବା ଉତ୍ତମ ଓ ଖରାପ, ଉଭୟ ଦିଗ ବିଷୟରେ ଆଲୋଚନା କରିଥିଲେ। ଦ୍ଵିତୀୟ ସୋପାନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଗୌରୀପତି ଦାଶ, ରଘୁନାଥ ସାହୁ, ଡ଼ଃ ବ୍ରଜ କିଶୋର ପାଢ଼ୀ, ପ୍ରଶାନ୍ତ ନନ୍ଦ, ବିଭୁତି ଭୂଷଣ ମିଶ୍ର ଓ ରାଇରଞ୍ଜନ ଦାଶଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସୁରେଶ ଚନ୍ଦ୍ର ଦାଶ, ପ୍ରଶନ କୁମାର ଦାଶ, ବୈଷ୍ଣବ ଚରଣ ଦାଶ, ସୁରେଶ ଚନ୍ଦ୍ର ପାଢ଼ୀ, ଅନନ୍ତ କର, ଗାନ୍ଧୀ ପ୍ରଧାନ, କାର୍ତ୍ତିକେଶ୍ବର ପାତ୍ର, ଗୌରୀ ଶଙ୍କର ମିଶ୍ର, ରାମଚନ୍ଦ୍ର ସାହୁ ପ୍ରମୁଖ ସ୍ୱରଚିତ କବିତା ପଠନ କରିଥିଲେ।


