ବୁଗୁଡାରେ ପାଗଳା କୁକୁର ଆତଙ୍କ, ୨୯ ଜଣ ଆହତ 

ବୁଗୁଡ଼ା, (ଅନିଲ କୁମାର ମହାରଣା):ପାଗଳ କୁକୁର କାମୁଡ଼ାରେ ଅକ୍ଟୋବର ୩୦ ତାରିଖ ଦିନ ବୁଗୁଡା ଅଞ୍ଚଳର ୨୯ ଜଣ ଆହତ ହୋଇଥିବା ଜଣାପଡିଛି। ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ବୁଦ୍ଧଖୋଲ ସମେତ ବିଭିନ୍ନ ଶୈବ ପୀଠକୁ ଦର୍ଶନ ପାଇଁ ଯିବା ସମୟରେ ଏକ ପାଗଳ କୁକୁରର କାମୁଡ଼ାରେ ୨୯ ଜଣ ବ୍ୟକ୍ତି ଆହତ ହୋଇ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିବା ଜଣାଯାଇଛି । କୁକୁର କାମୁଡ଼ା ଇଂଜେକସନ ଅବାଭ ହେବା ଯୋଗୁଁ ମେଡ଼ିକାଲ ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ସଙ୍ଗେ ସଙ୍ଗେ ମଗାଇ ସମସ୍ତଙ୍କୁ ଇଂଜେକସନ ଦେବାର ବ୍ୟବସ୍ଥା କରିଥିଲେ। ଆହତମାନଙ୍କ ମଧ୍ୟରୁ ବହୁ ବ୍ୟକ୍ତି ବୁଗୁଡା ସହରର ହୋଇଥିବା ବେଳେ ଅନ୍ୟମାନେ ଆଖ ପାଖ ଗ୍ରାମ ଚିଲିଖମା, ଗୋଳାବନ୍ଧ, ବେତାରସିଂ ଓ ଅନ୍ୟାନ୍ୟ ଗ୍ରାମର ମହିଳା ଓ ପୁରୁଷ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ