ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥ ପାଠ କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଦେଶର ସାର୍ବଭୌମ, ଧର୍ମ ନିରପେକ୍ଷ ଓ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଭାରତ ନିଜକୁ ପ୍ରତିଷ୍ଠିତ କରାଇ ପାରିଛି । ଏହାର ସୁରକ୍ଷା ଦିଗରେ ପ୍ରତ୍ୟେକ ଭାରତୀୟଙ୍କର ଉତ୍ତର ଦାୟିତ୍ବ ରହିଛି । ସାମୁହିକ କାର୍ଯ୍ୟର ଶକ୍ତି, ଅଖଣ୍ଡତା ସହିତ ନେତୃତ୍ବର ମହତ୍ବ, ବିବିଧତା ମଧ୍ୟରେ ଏକତାର ଶକ୍ତି ଭାରତର ଜନ ସାଧାରଣଙ୍କ ଦୃଢଭାବନା ଉପରେ ପର୍ଯ୍ୟାବସିତ । ଭାଷା, ଧର୍ମ, ସଂସ୍କୃତି ଓ ସାମାଜିକତାର ବିଭିନ୍ନତା ହିତରେ ଭାରତର ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଏକତ୍ବ ରହିଅଛି । ଏହାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳନ କରାଯାଇଅଛି । ଦେଶର ଏହି ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ସୁଦୃଢ଼ କରି ବଜାୟ ରଖିବା ନିମନ୍ତେ ଆଜି ମଙ୍ଗଳବାର ଦିନ ରାଷ୍ଟ୍ରୀୟ ଏକତା ଦିବସ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଗଣ ଶପଥ ଗ୍ରହଣ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ସମସ୍ତ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ l ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ, ସଂସ୍ଥାପନା ଅଧିକାରୀ, ଡେପୁଟି କଲେକ୍ଟର, ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ