ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ
ପୋଲସରା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ( ମହିଳା, ପୁରୁଷ ଓ ଉଭୟ ୟୁନିଟ) ପକ୍ଷରୁ ଅକ୍ଟୋବର ୩୧ ତାରିଖ ଦିନ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହୋଇଯାଇଛି। ୨୦୧୪ ମସିହାରୁ ଭାରତ ସରକାର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଅକ୍ଟୋବର ୩୧ ତାରିଖକୁ ରାଷ୍ଟ୍ରୀୟ ଏକତା ଦିନସ ଭାବେ ଘୋଷଣା କରିଥିଲେ। ଏହି ଦିବସ ଉପଲକ୍ଷେ ଆୟୋଜିତ ସଭାରେ କଲେଜର ପ୍ରିନ୍ସପାଲ ବନମାଳୀ ବେହେରା ଅଧ୍ୟକ୍ଷତା କରିଥିଲେ। ପ୍ରିନ୍ସପାଲ ଶ୍ରୀ ବେହେରା ବିଭାଜିତ ଭାରତକୁ ଏକାଠି ,କରିବାରେ ସର୍ଦ୍ଦାର ପଟେଲଙ୍କ ଭୂମିକା ଉପରେ ପ୍ରାଞ୍ଜଳ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦଙ୍କୁ ଇଂରାଜୀ ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ ଶପଥ ପାଠ କରାଇଥିଲେ। ଜାତୀୟ ସେବା ଯୋଜନାର ୩ ଟି ୟୁନିଟର ପ୍ରୋଗ୍ରାମ ଅଫିସର ସେକ୍ ଫରିଦ୍, ପ୍ରକାଶ ଚନ୍ଦ୍ର ସାହୁ ଓ ବସନ୍ତ କୁମାର ପାଣି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ସାମ୍ପ୍ରଦାୟିକ ସଦଭାବନ ଜାତୀୟ ଏକତା ପାଇଁ ଜରୁରୀ ଆବଶ୍ୟକ” ବିଷୟବସ୍ତୁ ଉପରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ, ଅଧ୍ୟାପକ ଅନିଲ କୁମାର ଦାସ, ବିରଞ୍ଚିନାରାୟଣ ରଥ, ବିଶ୍ୱନାଥ ଚୌଧୁରୀ, ରାକେଶ କୁମାର ପ୍ରଧାନ, ଶାନ୍ତନୁ କୁମାର ପ୍ରଧାନ, କିଶୋର ଚନ୍ଦ୍ର ଜେନା ଓ ଏନସିସି ଅଫିସର ଅଧ୍ୟାପିକା ଲେଫନାଣ୍ଟ ବିନତା କୁମାରୀ ଦାଶ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ସେକ୍ ଫରିଦ୍ ଧନ୍ୟବାଦ ପ୍ରଦାନ କରିଥିଲେ।