ଗଜଲକ୍ଷ୍ମୀ ମେଲଣ ଓ ଭଷାଣୀ ଉତ୍ସବର ସୁରକ୍ଷା ସମ୍ପର୍କରେ ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ମେଲଣ ଓ ଭଷାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ କିଭଳି ସମାପନ କରାଯାଇ ପାରିବ ସେଥିନିମନ୍ତେ କେନ୍ଦ୍ରାଞ୍ଚଳ ଆଇ.ଜି. ଆଶିଷ କୁମାର ସିଂ ଆଜି କେନ୍ଦ୍ରାପଡାରେ ପହଞ୍ଚି ପୈାର ଟାଉନହଲ ପରିସରରେ ତା’ର ସମୀକ୍ଷା କରିଛନ୍ତି । ଆଇ.ଜି. ଶ୍ରୀ ସିଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ଗଜଲକ୍ଷ୍ମୀ ପୂଜା କେନ୍ଦ୍ରାପଡାର ଗଣପର୍ବ ହୋଇଥିବାରୁ ଏ ଅଞ୍ଚଳର ଲୋକମାନେ ବହୁ ସଂଖ୍ୟାରେ ଗଜଲକ୍ଷ୍ମୀ ମେଲଣ ଓ ଭଷାଣୀ ଉତ୍ସବ ଦେଖିବାକୁ ଆସି ସହରରେ ଭିଡ କରିବେ । କିନ୍ତୁ ପୋଲିସ ସଞ୍ଜମତା ଆଚରଣ ପୂର୍ବକ ଲୋକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ଅସହାୟ ଲୋକମାନଙ୍କୁ ଆବଶ୍ୟକ ସ୍ଥଳେ ସେବା ଓ ସହାୟତା ଯୋଗାଇଦେବାକୁ ଆଇ.ଜି. ଶ୍ରୀ ସିଂ ପରାମର୍ଶ ଦେଇଥିଲେ । ଯଦିଓ ପୋଲିସ ଅଧିକାରୀ ଏବଂ କର୍ମଚାରୀମାନେ ରାତି ଅନିଦ୍ରା ସହିତ ଅକ୍ଳାନ୍ତ ପରିଶ୍ରମ କରି କଷ୍ଟ ଅନୁଭବ କରୁଥିବେ ତଥାପି ସେମାନେ ଅତ୍ୟନ୍ତ ନିଷ୍ଠାପର, ଦାୟୀତ୍ୱବାନ ଓ କର୍ତ୍ତବ୍ୟପରାୟଣତାର ସହିତ ନିଜ ଦାୟୀତ୍ୱକୁ ଅତ୍ୟନ୍ତ ସଞ୍ଜମତାର ସହ ପାଳନ କରିବାକୁ ଆଇ.ଜି. ଶ୍ରୀ ସିଂ ଗଜଲକ୍ଷ୍ମୀ ମେଲଣ ଓ ଭଷାଣୀ ଉତ୍ସବର ସମୀକ୍ଷା କରି ପରାମର୍ଶ ଦେଇଛନ୍ତି । ଲୋକମାନେ ଏହି ଉତ୍ସବକୁ ଉପଭୋଗ କରିବାରେ ଯେମିତି କୈାଣସି ବାଧା ନଉପୁଜେ ଏବଂ ସେମାନଙ୍କ ସୁରକ୍ଷାରେ ଯେପରି କୈାଣସି ପ୍ରକାର ଅବହେଳା କରାନଯାଏ ସେଥିପ୍ରତି ବିଶେଷ ଦୃଷ୍ଟିଦେବାକୁ ଆଇ.ଜି. ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି । ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର ଗଜଲକ୍ଷ୍ମୀ ପୂଜା ମେଲଣ ଓ ଭଷାଣୀ ଉତ୍ସବ ଉପଲକ୍ଷେ ଜିଲ୍ଲା ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଇ. ଜି.ଙ୍କୁ ସୂଚନା ପ୍ରଦାନ କରିଥିଲେ । ଶେଷରେ ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି, ଦେବାଶିଷ ଧଳ ଓ ସନାତନ କାଲୋ, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା,ଡିଏସପି କୃଷ୍ଣ ପ୍ରସାଦ ମିଶ୍ର, ଡିଏସପି ଲକ୍ଷ୍ମୀନାରାୟଣ ତିୱାରୀ, ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଗଜଲକ୍ଷ୍ମୀ ମେଲଣ ଓ ଭଷାଣୀ ଉତ୍ସବ ନିମନ୍ତେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କରଙ୍କ ନେତୃତ୍ୱରେ ୩ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୧୨ଜଣ ଡିଏସପି, ୧୮ଜଣ ଇନିସପେକ୍ଟର, ୨୦ଜଣ ସବଇନିସପେକ୍ଟର, ୫୪ଜଣ ସହକାରୀ ସବଇନିସପେକ୍ଟରଙ୍କ ସମେତ ୨୩ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି ବୋଲି ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ