ବ୍ଲକ ପରିସର ରେ ମିଶନଶକ୍ତି କାଫେ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାସ):ଆଜି ପୂର୍ବାହ୍ନରେ ନିମାପଡା ବ୍ଲକ ପରିସରରେ ଏକ ମିଶନଶକ୍ତି କାଫେକୁ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଉଦଘାଟନ କରିଛନ୍ତି।ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଦାଶ ଯୋଗ ଦେଇ ଏହି କାଫେ ଦ୍ବାରା ଗାଁ ଗହଳିରୁ ବ୍ଲକକୁ ଆସୁଥିବା ବହୁ ଲୋକ ହାଇଜେନିକ ଖାଦ୍ୟ ଖାଇବାକୁ ପାଇ ଉପକୃତ ହୋଇ ପାରିବେ ବୋଲି କହିଥିଲେ।ନିମାପଡା ବ୍ଲକର ୩୨ଟି ପଂଚାୟତର ୬୪ଜଣ ସଭ୍ୟା ଏହି କାଫେକୁ ଚଳାଇବା ସହ ବିଭିନ୍ନ ପ୍ରକାର ହାଇଜେନିକ ଖାଦ୍ୟ ପ୍ରସ୍ତୁତ କରି ସରକାରୀ କାର୍ଯ୍ୟକ୍ରମରେ ଯୋଗାଇ ପାରିବେ।ଏହା ଦ୍ବାରା ସେମାନଙ୍କ ଆର୍ଥିକ ମାନଦଣ୍ଡ ମଧ୍ୟ ସୁଦୃଢ ହେବ।ଅନ୍ୟମାନଙ୍କ ମଧ୍ୟରେ ନିମାପଡା ବ୍ଲକ ଅଧକ୍ଷ ଶଙ୍କର ଭୋଇ,ଉପାଧ୍ୟକ୍ଷା ଅନସୂୟା ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଖଟୋଇ,ବିଡ଼ିଓ ଭୁବନାନନ୍ଦ ପଟନାୟକ,ସିଡିପିଓ ତନୁପ୍ରଭା ବେହୁରା,ଏବିଇଓ ସୌଦାମିନୀ ଦାଶ,ବିପିଏମ ମଧୁଛନ୍ଦା ପ୍ରଧାନ,ବିପିସି ଦେବଦତ୍ତ ବିଶ୍ବାଳ, ମହାସଂଘ ସଭାନେତ୍ରୀ ସୌଦାମିନୀ ବେହେରା ଓ ସମ୍ପାଦିକା ମମତାରାଣୀ ପାଇକରାୟଙ୍କ ସମେତ ସମସ୍ତ ପଂଚାୟତର ମିଶନଶକ୍ତିର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ