ଗଞ୍ଜାମ ବ୍ଳକ ସ୍ତରୀୟ ସୁନାମି ସତର୍କତା ପ୍ରସ୍ତୁତି ବୈଠକ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ସ୍ତରୀୟ ସୁନାମି ସତର୍କତା ନେଇ ଏକ ପ୍ରସ୍ତୁତି ବୈଠକ ବ୍ଳକ ସଭା କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ନୋଡାଲ ଏନଜିଓ କାମଧେନୁ ସେବାସମିତି ର ସମ୍ପାଦକ ଟୁନା ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବ୍ଳକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ବସନ୍ତ କୁମାର ମଲ୍ଲିକ, ତହସିଲଦାର କୁଞ୍ଜବିହାରି ବଡ଼ଜେନା ,ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ବ୍ଳକ ଶିକ୍ଷାଅଧିକାରୀ ଭାଗିରଥୀ ବେହେରା, ଓସଡ଼ମା ପରିଦର୍ଶକ ଅବନୀକାନ୍ତ ଭୁଆଁ, ପ୍ରମୁଖ ମଞ୍ଚାସିନ ଥିଲେ। ସୁନାମି ଆସିଲେ କିପରି ସୁରକ୍ଷିତ ରହିବେ ଓ ପ୍ରଶାସନର ଭୂମିକା କଣ ରହିବ ସେନେଇ ସୁଚନା ପ୍ରଦାନ କରାଯାଇଥିଲା। ବିଶ୍ୱ ସୁନାମି ଦିବସ ଅବସରରେ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ଓ ରାମଗଡ଼ ପଞ୍ଚାୟତର ପ୍ରାୟଗି ଠାରେ ମକଡିଲ କାର୍ଯ୍ୟକ୍ରମ କରାଯାଇ ସୁନାମି ପ୍ରବଣ ଅଞ୍ଚଳ ଲୋକଙ୍କୁ ସୁନାମି ପାକ ସୂଚନା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ନେଇ ସୂଚନା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏବିଡିଓ ଭବାନୀ ପ୍ରସାଦ ପ୍ରଧାନ, ବିଭିନ୍ନ ପଞ୍ଚାୟତର ପ୍ରତିନିଧି,ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼,ଉପବିଭାଗୀୟ ଅଧିକାରୀ ଭକ୍ତଚରଣ ମାଝୀଙ୍କ ସମେତ ଶିକ୍ଷା, ସ୍ୱାସ୍ଥ୍ୟ, ଓଡ୍ରାଫ, ପୋଲିସ, ମହିଳାଗୋଷ୍ଠି ଉପସ୍ଥିତ ଥିଲେ।