ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରବିବାର ହେଉନି ରକ୍ତ ପରୀକ୍ଷା

ହାଟଡିହିି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରବିବାର ଦିନ ରକ୍ତପରୀକ୍ଷା କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଶ ପ୍ରକାଶ ପାଇଛି । ଡାକ୍ତରଖାନାକୁ ଆସୁଥବବା ରୋଗୀମାନେ ବାଦ୍ୟ ହୋଇ ବାହାରେ ରକ୍ତ ପରୀକ୍ଷା କରାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଏପରିକି ଆଜି ସ୍କୁଲ ଛୁଟି ଥିବାରୁ ଅନେକ ଛାତ୍ରଛାତ୍ରୀ ବହୁ ଦୁର ଦୁରାନ୍ତରୁ ନିଜ ନିଜର ବ୍ଲଡଗ୍ରୁପ ପରୀକ୍ଷା କରିବାକୁ ଆସିଥିବାବେଳେ ରକ୍ତ ପରୀକ୍ଷା ହେଉ ନଥିବାରୁ ନିରାଶ ହୋଇ ଫେରି ଯାଇଛନ୍ତି । ରକ୍ତପରୀକ୍ଷା କରୁଥିବା ଏଲ.ଟି ଜଣକ ଆଜି ରବିବାର ଛୁଟି ôତବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି । ଯାହାକୁନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଜଣେ ମାତ୍ର ଏଲ ଟି ଥିବାବେଳେ ସେ ଗୋଟିଏ ଦିନ ତ ଛୁଟିରେ ଯିବେ, ତେଣୁ ଆମେ କଣ କରିପାରିବୁ ବୋଲି କହିଛନ୍ତି । ଯଦି ଅଧିକ ଏଲ.ଟି ଦିଆ ଯାଆନ୍ତା ତେବେ ଏପରି ସମସ୍ୟା ରୁହନ୍ତା ନାହିଁ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ