ଅଶ୍ଲୀଳ ସାଇଟ୍‌ ନିଷିଦ୍ଧ ପାଇଁ ପତ୍ର ଲେଖିଲେ ନୀତିଶ

ନୂଆଦିଲ୍ଲୀ : ଓ୍ବାଇଫାଇ ଏବଂ ଇଣ୍ଟର୍‌ନେଟ୍‌ ସେବା କମ୍‌ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ଅଧିକାଂଶ ଲୋକ ଏହାର ଦୁରୁପଯୋଗ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଲୋକେ ଏହି ସେବାକୁ ସଦୁପଯୋଗ କରିବା ବଦଳରେ ବିଭିନ୍ନ ଅଶ୍ଲୀଳ ସାଇଟ୍‌ ଦେଖୁଛନ୍ତି। ଏହା ଉପରେ ନିଷିଦ୍ଧାଦେଶ ଜାରି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅନ୍‌ଲାଇନ୍‌ରେ ଉପଲବ୍ଧ ସମସ୍ତ ଅଶ୍ଲୀଳ ସାଇଟ୍‌ ଏବଂ ଅପ୍ରୟୋଜନୀୟ ଜିନିଷ ଉପରେ ନିଷିଦ୍ଧାଦେଶ ଲଗାଇବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଦେଶରେ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଅଶ୍ଲୀଳ ସାଇଟ୍‌ କାରଣରୁ ଯୁବପିଢିଙ୍କ ମାନସିକତା ବଦଳିବା ସହିତ ଦିନକୁ ଦିନ ଦୁଷ୍କର୍ମ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ଏକ ନିର୍ଦ୍ଦିଷ୍ଟ ବୟସ ବର୍ଗ ପୂର୍ବରୁ ଏସବୁ ଦେଖିବାର ଅନୁମତି ପ୍ରଦାନ କରାଯିବା ଉଚିତ୍‌ ନୁହେଁ ବୋଲି ନୀତିଶ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ