ରାଷ୍ଟୀୟ ମର୍ଯ୍ୟାଦା ର ସହ ସହୀଦ ପ୍ରତାପଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ଥ ବଡ଼ତରା ପଞ୍ଚାୟତ ମଲ୍ଲଗ୍ରାମ ର ପ୍ରତାପ ରଞ୍ଜନ ପରିଡା ମେଘାଳୟ ଠାରେ ବିଏସଏଫ ରେ ଯବାନ ଭାବେ କାର୍ଯ୍ୟରତ ଥିଲେ ।ଗତ ୩ ତାରିଖ ଶୁକ୍ରବାର ଦିନ ପ୍ରତାପ ତାଙ୍କ କର୍ମକ୍ଷେତ୍ର କାର୍ଯ୍ୟରତ ଥିବା ସମୟରେ ଏକ ବାମ୍ଫି ଭିତରେ ପଡ଼ିଯାଇ ସହୀଦ ହୋଇ ଯାଇଥିଲେ। ସେ ବାମ୍ଫି ମଧ୍ୟରେ କେମିତି ପଡ଼ିଲେ ସ୍ପଷ୍ଟ ଜଣା ପଡ଼ିନାହିଁ। ଏଣୁ ତାଙ୍କ ମୃତ୍ୟୁ ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି। ଆଜି ତାଙ୍କର ପ୍ରାର୍ଥୀବ ଶରୀର ତାଙ୍କ ଗାଁ ମଲ୍ଲଗ୍ରାମ ରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ବିଶାଳ ଜନସମୁଦ୍ର ମଧ୍ୟରେ ତାଙ୍କ ଶବ ଶୋଭାଯାତ୍ରା ପିପିଲି ଠାରୁ ମଲ୍ଲଗ୍ରାମ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ହରିପୁର ଛକଠାରେ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ତାଙ୍କ ମର ଶରୀର ରେ ଫୁଲତୋଡା ଦେଇ ଶେଷ ସମ୍ମାନ ଜଣାଇଥିଲେ। ଏହା ପରେ ସଦିଦ୍ ପ୍ରତାପ ଅମର ରହେ ଧ୍ଵନୀ ରେ ତାଙ୍କ ମର ଶରୀର କୁ ତାଙ୍କ ଜନ୍ମଭୂମି କୁ ଏକ ବିରାଟ ଶୋଭାଯାତ୍ରା ରେ ନିଆ ଯାଇଥିଲା।ଏଥିରେ ଗୋପ ଅଞ୍ଚଳ ର ଅନେକ ସଂଗଠନ ଓ ସମସ୍ତ ଦଳୀୟ ରାଜନେତା ଏବଂ ସାଧାରଣ ଜନତା ଙ୍କ ସହିତ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ବିଭିନ୍ନ ସ୍ଥାନ, ଛକ ଠାରେ ତାଙ୍କ ମର ଶରୀର କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କ ପୁତୁରା ପ୍ରୀତମ ରଞ୍ଜନ ପରିଡା ଓ ପୁଅ ପ୍ରତୀକି ପରିଡା ମୁଖାଗ୍ନି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଡଃ. ଶରତ ଚନ୍ଦ୍ର ମହାପାତ୍ର ,ଜିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ ଡ଼ଃ .କନଲ କୁମାର ସିଂ ,ଆରକ୍ଷୀ ଅଧିକାରୀ ଦେବବ୍ରତ ଚକ୍ର , ଗୋପ ଥାନା ଆଇ ଆଇ ସି ମହେଶ୍ବର ସେଠି, ଗୋପ ତହସିଲଦାର ରଞ୍ଜନ ପରିଡା, ଗୋପ ବିଡ଼ିଓ ଛବିରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷକୃତ୍ୟ କାର୍ଯ୍ୟ ସମୟରେ ପରିବାରର ପ୍ରେମରଞ୍ଜନ ପରିଡା ,ଭାଉଜ କଲ୍ୟାଣି ପରିଡା ,ସହୀଦ ଯବାନ ଙ୍କ ସ୍ତ୍ରୀ ସତ୍ୟଭାମା ପରିଡା ସାନବୋହୁ ସାବିତ୍ରୀ ପରିଡା ,ପୁତୁରା ପ୍ରତିଶ ପରିଡା ,ଝିଆରୀ ପ୍ରତିକ୍ଷା ପ୍ରିୟସୀ ପରିଡା ପ୍ରମୁଖ ଶ୍ମଶାନ ରେ ଉପସ୍ଥିତ ଥିଲେ । ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ,ବିଜେପି ନେତ୍ରୀ ପ୍ରଭାତୀ ପରିଡା, ବିଜେଡ଼ି ନେତା ସତ୍ୟବ୍ରତ ପାତ୍ର, ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ