ପୋଲସରାରେ ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର
ପୋଲସରା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ସହର ନିକଟରେ ଥିବା ଲୁଣିଘାଟି ପଡିଆରେ ବୁଧବାର ବିଜେଡି ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଆଲୋକପାତ କରିବା ସହ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଅବହେଳା ବିଷୟରେ ପ୍ରକାଶ କରିଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ବିଜେଡିର ମୁଖପାତ୍ର ମିହିର ରାୟ, ମାଷ୍ଟର ଟ୍ରେନର ସୌମ୍ୟ ରଂଜନ ମହାପାତ୍ର ଯୋଗଦେଇ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବ୍ଲକ ଓ ଏନଏସିର ବିଜେଡି, ମହିଳା ବିଜେଡି, ଯୁବ ବିଜେଡି, ଛାତ୍ର ବିଜେଡି ଓ ଜିଲ୍ଲା ପରିଷଦ ଜୋନାଲ କମିଟିର କର୍ମକର୍ତ୍ତା ମାନଙ୍କୁ ସୋସିଆଲ ମିଡ଼ିଆ, ସହ ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରିଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ସମ୍ପାଦକ ଅଶୋକ କୁମାର ବିଷୋୟୀ, ଯୁବ ବିଜେଡି ସଭାପତି ସୁଶାନ୍ତ ପୋଲେଇ, ସୁକାନ୍ତ ଭୂୟାଁ, ଏନଏସିର ପୂର୍ବତନ ନଗରପାଳ ପ୍ରଫୁଲ କୁମାର ପ୍ରଧାନ, ଏନଏସି ଅଧକ୍ଷା ସଂଗୀତା ବେହେରା, ଏନଏସି ଉପାଧକ୍ଷ ସନ୍ତୋଷ କୁମାର ବେହେରା, ବ୍ଳକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଛାତ୍ର ବିଜୁ ଜନତା ଦଳର ସଭାପତି ସମେତ ପ୍ରାୟ ପନ୍ଦର ଶହ କର୍ମକର୍ତ୍ତା ଯୋଗଦେଇଥିଲେ।,


