ଅନ୍ୟଏକ ଖଣ୍ଡପୀଠରେ ହେବ ଅକ୍ଷୟ ସିଂଙ୍କ ପୁନଃ ଆବେଦନ ଶୁଣାଣୀ

ଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଆଜି ହଠାତ ଏକ ନୂଆ ପରିବର୍ତ୍ତନ ଆସିଛି । କୋର୍ଟରେ ଦୋଷୀ ସାବ୍ୟସ୍ଥ୍ୟ ହୋଇଥିବା ଅକ୍ଷୟ କୁମାର ସିଂ ଠାକୁରଙ୍କ ରିଭ୍ୟୁ ପିଟିସନର ଶୁଣାଣୀରୁ ଓହରି ଯାଇଛନ୍ତି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡେ । ଫଳରେ ଏହି ମାମଲାର ଶୁଣାଣୀ ଅନ୍ୟ ଏକ ଖଣ୍ଡପୀଠରେ ହେବ ବୋଲି ଜଣାପଡିଛି । ଆସନ୍ତାକାଲି ଏହି ଖଣ୍ଡପୀଠ ଗଠନ କରାଯିବା ପରେ ପରବର୍ତ୍ତୀ ଶୁଣଆଣୀ କରାଯିବ । ସୁଚନାଯୋଗ୍ୟ , ଜଷ୍ଟିସ ବୋବଡେଙ୍କ ଝିଅ ନିର୍ଭୟା ମାମଲା କେସ ଲଢୁଥିବାରୁ ଏହି ଶୁଣାଣୀରୁ ସେ ଓହରି ଯାଇଥିବା କୁହାଯାଉଛି । ଅନ୍ୟପଟେ ଆସନ୍ତାକାଲି ମଧ୍ୟ ନିର୍ଭୟର ମା ଦାୟାର କରିଥିବା ଡେଥ ୱାରେଣ୍ଟ ମାମଲାର ସୁପ୍ରିମକୋର୍ଟରେ ଶୁଣାଣୀ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ