ବିଶ୍ୱ ନିମୋନିଆ ଦିବସ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ଠାରେ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଯାଇଛି. ଏହି ଅବସରରେ ଆଶା କର୍ମୀ ମାନଙ୍କୁ ନେଇ ଏକ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦୁଲାଳସେନ ଜଗଦେବ ଯୋଗ ଦେଇ ନିମୋନିଆ ଦ୍ୱାରା ଫୁସ ଫୁସ ସଂକ୍ରମଣ ହୋଇଥାଏ. ନିମୋନିଅର ଲକ୍ଷଣ ଓ ରକ୍ଷା ପାଇବାର ପଦ୍ଧତି ଗୁଡିକ ଆଲୋଚନା କରଥିଲେ. ଏହି ଅବସରରେ ନିମୋନିଆ ସମ୍ପର୍କରେ ଏକ ପରାମର୍ଶ କେନ୍ଦ୍ର ଓ ସଚେତନତା ପୋଷ୍ଟର ର ଉଦଘାଟନ ହୋଇଥିଲା. ଏହି କାର୍ଯ୍ୟକ୍ରମ ରେ ଡା ପରେଶ ଚନ୍ଦ୍ର ନନ୍ଦୀ, ଡା ମୃତ୍ୟୁଞ୍ଜୟ ମିଶ୍ର, ଡା ରଞ୍ଜନ ନାୟକ ଓ ରମଣୀ କାନ୍ତ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ.


