ଉଦୟଗିରିରେ୧୦ଦିନ ଧରି ପାନୀୟ ଜଳ ସଙ୍କଟ ଗରା,ମାଠିଆ ରଖି ମହିଳାମାନଙ୍କ ରାସ୍ତା ଅବରୋଧ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲା ଆର୍ ଉଦୟଗିରି ଗ୍ରାମରେ ୧୦ ଦିନ ହେଲା ପାନୀୟ ଜଳ ସଙ୍କଟ ଲାଗି ରହିଛି । ଏହି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇ ନ ଥିଲା। ଏହାର ପ୍ରତିବାଦରେ ଗ୍ରାମର ସରଳାସାହି ଏବଂ ଖ୍ରୀଷ୍ଟିଆନ ସାହିର ମହିଳାମାନେ ସୋମବାର ଗ୍ରାମର ମୁଖ୍ୟରାସ୍ତାରେ ଗରା, ମାଠିଆ ରଖୁ ମୋହନା- ପାରଳାଖେମଣ୍ଡ ମୁଖ୍ୟ ରାସ୍ତା ଅବରୋଧ କରି ରଖୁଲେ ।
ଫଳରେ ରାସ୍ତାରେ ୨ଘଣ୍ଟା ଯାନବାହନ ଚଳାଚଳ ବନ୍ଧ ରହିଥିଲା। ଏହାଦ୍ବାରା ଯାତ୍ରୀମାନେ ହଇରାଣ ହରକତ ହୋଇଥିଲେ। ପ୍ରକାଶ ଯେ, ଆର୍ ଉଦୟଗିରି ଗ୍ରାମର ସରଳାସାହି ଓ ଖ୍ରୀଷ୍ଟାଆନ ସାହିକୁ ୧୦ ଦିନ ହେବ ପାଣି ନ ଆସିବା ପରେ ସୋମବାର ଦୁଇ ସାହିର ମହିଳା ଏକତ୍ରିତ ହୋଇ ଥାନା ଓ ତହସିଲଦାର ଅଫିସ ନିକଟର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।ଖବର ପାଇ ତହସିଲଦାର ଜ୍ୟୋତିମୟୀ ଦାସ, ଥାନା ଅଧିକାରୀ ପ୍ରଶାନ୍ତ ମିଲିକ ଓ ଜିପିଇଓ ଶଶାଙ୍କ ସେଖର ସୁବୁଦ୍ଧି ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଜା କରିବା ସହ ବ୍ଳକ କାର୍ଯ୍ୟାଳୟରେ ଅଧିକାରୀ ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ସହ ବୈଠକ କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ମହିଳାମାନେ ରାସ୍ତାରୁ ଗରା ଓ ମାଠିଆ ବାହାର କରି ରାସ୍ତା ଅବରୋଧରୁ ହଟିଥିଲେ। ଆନ୍ଦୋଳନ ଯୋଗୁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧୂକ ଗାଡ଼ି ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ହଟହଟା ହୋଇଥିଲେ.