ସେଣ୍ଟ ଜାଭିୟର ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍ଯାପିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଳକର ଚଣ୍ଡୀଆ ବିରଞ୍ଚିପୁରରେ ଥିବା ସେଣ୍ଟ ଜାଭିୟର ହାଇସ୍କୁଲର ୫ମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କ୍ରୀଡାରେ୬ଟି ବିଭାଗରେ ବିଭକ୍ତ କରାଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ବାଇଗଣ ଚାମଚ, ଗଣିତ ଦୌଡ, ସଟଫୁଟ, ଡିସ୍କସ୍, ଫିକିଙ୍ଗ ଦ ବଲ, ଦଉଡିଡିଆଁ, ବେଲୁନ ଫଟା, ବାଦ୍ୟ ଚୌକି, ବାଇଗଣ ଦୌଡ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଆଜିର ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୃତ୍ୟଗୁରୁ ଜିତୁଦାଶ ଯୋଗଦେଇ ଖେଳପତାକା ଅବତରଣ କରିବା ସହ ବିଦ୍ୟାଳୟର ନିର୍ଦ୍ଦେଶକ ଉଦୟନାଥ କରଙ୍କୁ ହସ୍ତାନ୍ତର କରିଥିଲେ । ଏହି ପ୍ରତିଯୋଗୀତାରେ କିଡସ ବର୍ଗର ମନିସ କୁମାର ମୈକାପ, ସବ ଜୁନିୟର ବାଳକ ବିଭାଗରେ ଜିତେନ୍ଦ୍ର ପଣ୍ଡା,ବାଳିକା ବିଭାଗରେ ସୁଶ୍ରୀ ସଙ୍ଗୀତା ପୁହାଣ, ଗାୟତ୍ରୀ କୁମାରୀ, ଜୁନିୟର ବାଳକ ବିଭାଗରେ ଇଶ୍ୱର ଚନ୍ଦ୍ର ପଣ୍ଡା, ଶୁଭଙ୍କର ସା, ହରପ୍ରସାଦ ସ୍ୱାଇଁ, ବାଳିକା ବିଭାଗରେ ଭାଗେଶ୍ୱରୀ ବେହେରା, ପ୍ରିୀକ୍ଷା ନାୟକ, ବରିଷ୍ଠ ବାଳକ ବିଭାଗରେ ଜ୍ୟୋତିରଞ୍ଜନ ପହି, ବାଳିକା ବିଭାଗରେ ଲକ୍ଷ୍ମୀପ୍ରୀୟା ସେଠୀ, ଇପସିତା ପ୍ରୀୟଦର୍ଶନୀ ଜେନା ପ୍ରମୁଖ ଚମ୍ପିୟନ ହୋଇଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ, ଶିକ୍ଷକ ନିରଞ୍ଜନ ସାହୁ, ଚିତ୍ତରଞ୍ଜନ ନାୟକ, ପ୍ରଦୀପ କୁମାର ଜେନା, ବାବୁରାମ ମାଝୀ, ବିନୟ କୁମାର ନାୟକ, ସୁଦିପ୍ତ ଦାଶ, ଦୟାନିଧି ଚିନରା, ରାଜେଶ ବେହେରା, ପାର୍ଥସାରଥି ଜେନା, ପ୍ରଶାନ୍ତ କୁମାର ଦାସ, ହିମାଂଶୁ ରଞ୍ଜନ ବାରିକ, ବିଜୟ କୁମାର ପହି, ବ୍ରହ୍ମାନନ୍ଦ ମଲ୍ଲିକ, ତନୁଶ୍ରୀ ତନୟା ପହି, ଦୀପାରାଣୀ ବେହେରା, ମମତା ବେହେରା, ଶଶ୍ୱତୀ ପଲତା, ସୁଚିତ୍ରା ଦାଶ, ସୁଚିସ୍ମିତା ବାରିକ, ସଦ୍ୟଲକ୍ଷ୍ମୀ ଜେନା, ସୌମ୍ୟାରାଣୀ ଜେନା, ଆର.ସି.ଶୁଭସନ୍ଥ, ସହକର୍ମୀ ଗଦାଧର ଜେନା, ମଞ୍ଜୁଲତା ଖୁଣ୍ଟିଆ, ପ୍ରମିଳା ପାତ୍ର, ଅନିମା ସାହୁ, ସଞ୍ଜୁଲତା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


