ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ବିଶ୍ୱ ଗଛମଣିଷ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍‌୍‌, ବିଶିଷ୍ଟ ପରିବେଶବିତ୍ ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ବିଶ୍ୱ ଗଛମଣିଷ ସମ୍ମାନ ପ୍ରଦାନ କରିଛନ୍ତି । ପ୍ରକାଶଥାଉକି ପୂର୍ବରୁ ଡକ୍ଟର ଶ୍ରୀଚନ୍ଦଙ୍କୁ ପୂର୍ବତନ ରାଜ୍ୟପାଳ ରାମେଶ୍ୱର ଠାକୁର ଗ୍ରୀନ୍ ମ୍ୟାନ ସମ୍ମାନ ପ୍ରଦାନ କରିଥିଲେ । ସେହିପରି ମହତାବ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଡକ୍ଟର ଶ୍ରୀଚନ୍ଦନ ଗ୍ରୀନ୍ ମ୍ୟାନ୍ ଅଫ୍ ଇଣ୍ଡଆ, ତତ୍କାଳୀନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଟ୍ରି ମ୍ୟାନ୍ ଅଫ ଇଣ୍ଡିଆ ସମ୍ମାନ ପ୍ରଦାନ କରିଥିବା ବେଳେ ସମ୍ପ୍ରତି ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଡକ୍ଟର ଶ୍ରୀଚନ୍ଦନଙ୍କୁ ବିଶ୍ୱ ଗଛମଣିଷ ସମ୍ମାନ ପ୍ରଦାନ କରିଛନ୍ତି ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଡକ୍ଟର ଶ୍ରୀଚନ୍ଦନ ଖୋର୍ଦ୍ଧା କାଇପଦର ଶ୍ରୀ ଜଗନ୍ନାଥ କଲେଜରେ ୨୦ ହଜାର ଗଛ, କମାଗୁରୁ କଲେଜ ପରିସରରେ ୧୦ ହଜାର ଗଛ, ୨୦୦୦ ପ୍ରଜାତିର ଗଛ ଓ ୧୦୦ ପ୍ରଜାତିର ଜୀବଜନ୍ତୁଙ୍କୁ ନେଇ ଏକ ଜୈବ ବିବିଧତା କେନ୍ଦ୍ର, ରଣପୁର ସନ୍ନିକଟ ନାକିଠଣା ରାମ ମନ୍ଦିରକୁ ଲାଗିଥିବା ପାହାଡ଼ତଳେ ଏକ ଅକ୍ସିଜେନ ଗାର୍ଡ଼େନ ସୃଷ୍ଟି କରିଥିବା ବେଳେ ନିଜ ଗ୍ରାମ ଗୟାବନ୍ଧରେ ୫୦୦ ଏକର ପୁରାତନ ଜଙ୍ଗଲର ସୁରକ୍ଷା କରିଛନ୍ତି । ଏଥିସହିତ ଏସିଆ ମହାଦେଶର ସର୍ବବୃହତ୍ତମ ଶାଳ, ଶାଗୁଆନ, ଜଙ୍ଗଲ ସୃଷ୍ଟି କରିବା ସହ ବ୍ୟକ୍ତିଗତ ଭାବେ ବିଭିନ୍ନ ସ୍ଥାନରେ ୨୦ ଲକ୍ଷରୁ ଅଧିକ ଗଛ ଲଗାଇଛନ୍ତି । ତାଙ୍କ ନେତୃତ୍ୱରେ ପରିଚାଳିତ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିରେ ୨୦ଟି ଦେଶର ୨୫ ହଜାରରୁ ଅଧିକ ସଦସ୍ୟ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମ ମାନ କରୁଛନ୍ତି । ଏହି ଉତ୍ସବରେ ବିଶ୍ୱ ମାନବିକ ଅଧିକାର ସଂଗଠନର ସଭାପତି ଡ. ଅଭିନ୍ନ ହୋତା, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ୟୁରୋପିଆ ଡିଜିଟାଲ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଫାରୁକ ଅବଦୁଲ, ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ