ସୋସୋ ଆମ୍ବଗଡିଆ ରାସ୍ତାରେ ପ୍ରସ୍ତାବିତ ମଦ ଦୋକାନ ବାତିଲ ଦାବିରେ ଆନେ୍ଦାଳନ ଚେତାବନୀ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ସୋସୋ ଆମ୍ବଗଡିଆ ରାସ୍ତା କଡରେ ସରକାରୀ ମଦ ଦୋକାନ ନଖୋଲିବାକୁ ସୋସୋ ପଞ୍ଚାୟତର ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିତôଲେ । ମାତ୍ର ମଦଦୋକାନ ବନ୍ଦ ନକରିପ୍ରଶାସନ ସେଠାରେ ସରକାରୀ ସ୍ୱିକୃତିପ୍ରାପ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ଦେଉତବବା ଜାଣିବାପରେ ଲୋକମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏଥିପାଇଁ ଆସନ୍ତା ଡିସେମ୍ବର ୧ତାରିଖ ଦିନ ସୋସୋ କଲେଜ ଛକରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି । ରେଣୁବାଳା ନାୟକ, ନିରୁପମା ନାୟକ, ପ୍ରଭାସିନି ନାୟକ, ମେନକା ନାୟକ, ଶକୁନ୍ତଳା ମହାନ୍ତି, ପ୍ରେମଲତା ନାୟକ, ପ୍ରଭାତୀ ନାୟକସଂଯୁକ୍ତା ନାୟକଙ୍କ ସମେତ ଶତାଧିକ ମହିଳା କରିଥିବା ଅଭିଯୋଗ ଅନୁଯାଇ ବିଦ୍ୟାଧରପୁର ଠାରେ ଥିବା ବିଦେଶୀ ମଦ ଦୋକାନଟି ବନ୍ଦ ହୋଇଯାଇଥିବାବେଳେ ଏହି ମଦବ୍ୟବସାୟୀ ଜଣକ ସୋସୋ ବସଷ୍ଟାଣ୍ଡ ଠାରୁ ଆମ୍ବଗଡିଆ ରାସ୍ତା ଭିତରେ ଥିବା ଏକ ଘରକୁ ଭଡାନେଇ ମଦ ଦୋକାନ କରିବାକୁ ଯୋଜନା କରୁଥିବା ଜାଣିବାପରେ ଏହାକୁ ନେଇ ସବୁ ସ୍ତରରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଠାରେ ମଦଦୋକାନ ହେଲେ ଏ ଅଞ୍ଚଳରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାସହ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଚାଷୀମାନଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି ବୋଲି ଅଭିଯୋଗ କରି ଗ୍ରାମବାସୀମାନେ କେନ୍ଦୁଝର ଜିଲ୍ଲାପାଳ, ଜିଲ୍ଲା ଅବକାରୀ ଅଧିକ୍ଷକ, ଆନନ୍ଦପୁର ବିଧାୟକ, ଆନନ୍ଦପୁର ଉପଜିଲ୍ଲାପାଳ ଓ ହାଟଡିହି ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେବି କୌଣସି ପଦକ୍ଷେପ ନିଆଗଲା ନାହିଁ । ତେଣୁ ଆସନ୍ତା ୧ତାରିଖ ଦିନ ମହିଳାମାନେ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛନ୍ତି ।


