ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ଜନ୍ମୋତ୍ସଵ ଅବସରରେ ଅସହାୟ କର୍କଟ ପିଡ଼ିତଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ସହାୟତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ଜନ୍ମୋତ୍ସଵ ଉତ୍କଳ ସାମ୍ବାଦିକ ସଙ୍ଘ ଠାରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ସମାଜମଙ୍ଗଳ ହୁଣ୍ଡି ଭାଙ୍ଗି ଭୁବନେଶ୍ୱର ଅଞ୍ଚଳର ଜଣେ ଅସହାୟ କର୍କଟ ରୋଗୀ ସୁଶାନ୍ତ ଦାସଙ୍କୁ ୧୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଭାମାନଙ୍କୁ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ନାନ ରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମ ସମାଜମଙ୍ଗଳ ହୁଣ୍ଡି ପ୍ରତିଷ୍ଠାତା ବାପୁଓଝା ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗଦେଇ ଶୁଭେଚ୍ଛା ଜଣାଇବା ସହ ହୁଣ୍ଡି କାର୍ଯ୍ୟକ୍ରମ ର ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସଂସ୍କୃତି ପୁରୁଷ ଆର୍ଜ୍ୟ କୁମାର ଜ୍ଞାନେନ୍ଦ୍ର, ବିଜେଡି ରାଜ୍ୟ ସମ୍ପାଦକ ଅମରେଶ ଜେନା, ସାମ୍ବାଦିକ ସଙ୍ଘ ସଭାପତି ବିଭୁତି ଭୂଷଣ କର, ସାମ୍ବାଦିକ ଗିରିଜା ଶଙ୍କର ଦାଶ, କବି ପ୍ରଦୀପ ବିଶ୍ୱାଳ, କଣ୍ଠଶିଳ୍ପୀ ଡ଼. ଜୟଶ୍ରୀ ଧଳ, କବୟିତ୍ରୀ ତଥା ସମାଜସେବୀ ଡ଼. ବନ୍ଦନା ହରିଚନ୍ଦନ, ସମାଜସେବୀ ଡେଜି ଶତପଥୀ, ସାମ୍ବାଦିକ ଲିଙ୍ଗରାଜ ସାହୁ, ଯୁବନେତା ନରେନ ସାହୁ, ଜନନେତା ବିଜୟ ପରିଡା, ଗାୟକ ଆଲ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ପ୍ରମୁଖ ଯୋଗଦେଇ ପ୍ରଦ୍ୟୁମ୍ନ ଶତପଥୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ହୁଣ୍ଡି ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସମାଜମଙ୍ଗଳ ହୁଣ୍ଡିର ରାଜ୍ୟ ସଂଯୋଜକ ରକ୍ତଦାତା ତନ୍ମୟ ସାମନ୍ତରାୟ । ଏହି କାର୍ଯ୍ୟକ୍ରମ ରେ ଚିତ୍ତରଞ୍ଜନ ଦାଶ, ଦେବପ୍ରସାଦ ମେକାପ, ସଂଗ୍ରାମ ବଳିଆରସିଂହ, ପ୍ରଭାତ ମଲ୍ଲିକ, ଶୁଭାଶିଷ ଷଢଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ସୂଚନା ଦେଇଛନ୍ତି


