ଟି ଗୋବିନ୍ଦପୁରରେ ଆମ ବ୍ୟାଙ୍କ୍ ଲୋକାର୍ପିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସେବାକୁ ଗ୍ରାମାଭିମୁଖି ସହ ଗ୍ରାହକଙ୍କ ନିକଟରେ ବ୍ୟାଙ୍କ୍ ପହଞ୍ଚିବା ଏବଂ ସରକାରୀ ଆର୍ଥିକ ପ୍ରୋତ୍ସାହନ ଯୋଜନାରେ ହିତାଧିକାରୀଙ୍କ ପ୍ରାପ୍ୟ ପ୍ରଦାନକୁ ସହଜ ଓ ସରଳ କରିବା ଉଦ୍ଧେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ସ୍ତରରେ ବ୍ୟାଙ୍କ୍ ସେବା ପ୍ରଦାନକୁ ଗୁରୁତ୍ବ ଦିଆଯାଇଛି । ରାଜ୍ୟ ସରକାରଙ୍କ ପଂଚାୟତରାଜ ଏବଂ ଅର୍ଥବିଭାଗର ମିଳିତ ସଂଯୋଜନାରେ ବ୍ୟାଙ୍କ ନ ଥିବା ପଞ୍ଚାୟତ ଗୁଡ଼ିକରେ ରାଜ୍ୟ ସରକାରଙ୍କ ସହାୟତାରେ ବ୍ୟାଙ୍କ୍ ଖୋଲିବା ନେଇ ୬ ଗୋଟି ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ଗୁଡ଼ିକୁ ସରକାର ଚୁକ୍ତି କରିଛନ୍ତି। ରାଜ୍ୟ ସରକାରଙ୍କ ଆମ ବ୍ୟାଙ୍କ ଯୋଜନା ଭାବେ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଆଜି ସାନଖେମୁଣ୍ଡି ବ୍ଳକ ଟି ଗୋବିନ୍ଦପୁର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତରେ ୟୁନିୟନ ବ୍ୟାଙ୍କ୍ ପକ୍ଷରୁ ଏକ ଶାଖା ପଞ୍ଚାୟତ କାର୍ଯ୍ୟାଳୟରେ ଶୁଭାରମ୍ଭ ହୋଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ଆଭାଷୀ କାର୍ଯ୍ୟକ୍ରମରେ ଏହାକୁ ଲୋକାର୍ପଣ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟି ଗୋବିନ୍ଦପୁର ପଞ୍ଚାୟତର ୨୬ ଗୋଟି ଗ୍ରାମ ର ଜନସାଧାରଣ ଆମ ବ୍ୟାଙ୍କ ସୁବିଧା ପାଇପାରିବେ।ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ରଙ୍କ ସହ ନିର୍ବାଚିତ ଜନପ୍ରତିନିଧି । ସଂଚୟିକା ସଂଘ ସଦସ୍ୟା , କର୍ମକର୍ତ୍ତାଙ୍କ ଗହଣରେ ପଞ୍ଚାୟତ ସରପଂଚ ଶ୍ରୀମତୀ କବିତା ଗମାଙ୍ଗ ସମିତି ସଭ୍ୟ ଓବି ଦଳେଇଙ୍କ ସହ ବ୍ୟାଙ୍କ୍ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଜୀତେନ୍ଦ୍ର କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଡାମାରି ୟୁନୀୟନ୍ ବ୍ୟାଙ୍କ ଶାଖା ପରିଚାଳକ ଚାରୁ ଚନ୍ଦ୍ର ମୂର୍ମୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ ବେହେରା , କନିଷ୍ଠ ଯନ୍ତ୍ରୀ ,ମନୋଜ ବେହେରା ,ନିର୍ବାହୀ ଅଧିକାରୀ ରମପ୍ରସାଡ ପୃଷ୍ଟି , ଗୋଷ୍ଠି ଜୀବିକା ମିଶନ ସଂଯୋଜକ ନରେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନାଏବ ସରପଂଚ ସାୟ ଗମାଙ୍ଗ , ସୀମାଞ୍ଚଲ ବିଷୋୟୀ , ମୁରଲୀ ବିଷୋୟୀ , ରେଡିକା ଜାନି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ