ମା ବୁଢ଼ାକେନ୍ଦୁଙ୍କ ପୀଠରେ ” ଯୁବ ଓଡିଶା ନଵୀନ ଓଡିଶା ” କାର୍ଯ୍ୟକ୍ରମ

ଗାଙ୍ଗପୁର, (ସନ୍ତୋଷ ବିଶୋଇ):ନୂତନ ପରସୁଲୁଣ୍ଡା ଗ୍ରାମଠାରେ ପ୍ରତିଷ୍ଠାତ ମା ବୁଢାକେନ୍ଦୁଙ୍କର ପ୍ରସିଦ୍ଧ ରାହାସ ପୂର୍ଣ୍ଣିମା ଯାତ୍ରା ଅବସରରେ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ “ଯୁବ ଓଡିଶା ନଵୀନ ଓଡିଶା ” କାର୍ଯ୍ୟକ୍ରମ ଅନୁଯାୟୀ ସାମାଜିକ ସେବା ସଚେତନତା କାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀମାନେ ସାମାଜିକ ସ୍ତରରେ ପ୍ରଚଳିତ ପରିମଳ ବ୍ୟବସ୍ଥା ଓ ନିଶା କାରବାରକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦୃଷ୍ଟାନ୍ତ ମୂଳକ ତଥ୍ୟ ପ୍ରଦାନ ପୂର୍ବକ ପରିମଳ ଓ ନିଶା ନିବାରଣ ସଚେତନ ବାର୍ତ୍ତା ପ୍ରଚାର ପତ୍ର ମାଧ୍ୟମରେ ଜନସାଧାରଣମାନଂକୁ ସତର୍କ କରିଥିଲେ।ତତ୍ ସହିତ ବିଭିନ୍ନ ଫୋଟ ଚିତ୍ର ପ୍ରଦର୍ଶନ କରି ଏହାର ନିରାକରଣ ପାଇଁ ବାର୍ତା ଦେଇଥିଲେ। ଏତତ୍ ବ୍ୟତୀତ ଜାତୀୟ ସେବା ଯ଼ୋଜନା, ଯୁବ ରେଡକ୍ରସ ଏବଂ ସ୍କାଉଟର ସ୍ଵେଚ୍ଛାସେବୀମାନେ ବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଯାତ୍ରାକୁ ଆସିଥିବା ଯାତ୍ରୀମାନଂକୁ ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା , ଜାତୀୟ ସେବା ଅଧିକାରୀ ଦୀପୁ ଭୁୟାଁ ଓ ସ୍କାଉଟ୍ ରୋଭର୍ ଲିଡର ପି ଦୀପକ ରାଓ ଙ୍କ ନେତୃତ୍ୱରେ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ଉପରୋକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ବି. ଗୋବିନ୍ଦ ରାଓ ଉପସ୍ଥିତ ରହି ବିଦ୍ୟାର୍ଥୀମାନଂକୁ ଉଚ୍ଛାହିତ କରିବା ସହ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଏବଂ ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହପାତ୍ରଙ୍କ ବଳିଷ୍ଠ ପ୍ରେରଣା ତତ୍ ସହିତ ସମାଜିକ ସେବା ସଂଯୋଜକ କୁମୁଦ ଚନ୍ଦ୍ର ମହପାତ୍ରଙ୍କ ନେତୃତ୍ୱରେ ମହେଶ୍ଵର ରାଉତ, ଗଙ୍ଗାଧର ରଣା, ସ୍ନିଗ୍ଧା ରାଣୀ ଗୌଡ଼, ସନ୍ତୋଷୀ ପରିଡା, ଭାରତୀ ବିଶ୍ୱାଳ, ରୁପାଲୀ ବିଷୋୟୀ, ସ୍ୱରୂପା ରାଣୀ ବିଶ୍ୱାଳ, ରମେଶ ଚନ୍ଦ୍ର ବିଶୋଇ, ରାମଚନ୍ଦ୍ର ନାୟକ, ବୁଦ୍ଧିରାମ ବିଶ୍ୱାଳ, ଓ ବଳରାମ ଗୌଡ଼ ପ୍ରମୁଖ ଅଗ୍ରାହୀ ସ୍ଵେଛାସେବିମାନଂକୁ ନେଇ କାର୍ଯ୍ୟକ୍ରମ ପରିଚାଳନାରେ ଭାଗ ନେବା ସହ ଦୃଷ୍ଟାନ୍ତ ମୂଳକ ସମାଜିକ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ