୮ମ କୋଣାର୍କ ମିନି ସାଇକ୍ଳୋଥନ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ଡିସେମ୍ବର ୧ ତାରିଖ ଶୁକ୍ରବାର ଠାରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଆରମ୍ଭ ହେବାକୁ ଥିବା କୋଣାର୍କ ଉତ୍ସବକୁ ସଫଳ କରିବା ପାଇଁ ଆଜି ପର୍ଯ୍ୟଟନ ବିଭାଗ ଓ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ସ୍ବଚ୍ଛ କୋଣାର୍କ , ସବୁଜ କୋଣାର୍କ ଓ ସୁସ୍ଥ କୋଣାର୍କର ବାର୍ତ୍ତା ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ମା ରାମଚଣ୍ଡୀ ପୀଠ ପର୍ଯ୍ୟନ୍ତ କୋଣାର୍କ ମିନି ସାଇକ୍ଳୋଥନ ଅନୁଷ୍ଠିତ ହୋଇଥିଲା। ଏହି ସାଇକ୍ଳୋଥନରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ କଲେଜର ଛାତ୍ର, ଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର ଶତାଧିକ ଯୁବକ, ଯୁବତୀ ଓ ବୁଦ୍ଧିଜୀବୀ ଯୋଗଦେଇ ସାଇକେଲ ସଚେତନତା ରାଲିରେ କୋଣାର୍କ ମେଡିକାଲ ଛକ,ବସଷ୍ଟାଣ୍ଡ ଓ ଚନ୍ଦ୍ରଭାଗା ପରିକ୍ରମା କରି ମା ରାମଚଣ୍ଡୀ ପୀଠ କୁ ଯାତ୍ରା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ମହାପାତ୍ର, ଶିକ୍ଷାବିତ ସୁବ୍ରତ ଛାଟୋଇ, ପୁରୀ ଜିଲ୍ଲା ପେଷାଦାର ସାମ୍ୱାଦିକ ସଂଘ ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ଏନଏ ସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତ ରାୟ, ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ, ନିମାପଡା ଏସ ଡି ପି ଓ ପ୍ରଭାତ ମଲ୍ଲିକ,ସାମ୍ୱାଦିକ ବିଶ୍ୱଜିତ ପଟ୍ଟନାୟକ , ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀ , କୋଣାର୍କ ଆଇ ଆଇ ସି ପଞ୍ଚାନନ ପରିଡ଼ା ପ୍ରମୁଖ ଯୋଗଦେଇ କୋଣାର୍କ ପ୍ରେସ କ୍ଲବ ର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ଅତିଥି ମାନେ ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।ରାମଚଣ୍ଡୀ ଠାରେ ଏହି କାର୍ଯ୍ୟକ୍ରମ ଉଦଯାପନ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଅଞ୍ଚଳ ର ଦୁଇ ଜଣ ଦିବଂଗତ ସାମ୍ୱାଦିକ ସଂଗ୍ରାମ କେଶରୀ ମହାପାତ୍ର ଓ ବାଦଲ ଦାଶ ଙ୍କ ସ୍ମୃତି ରେ ଦୁଇ ଜଣ ବରିଷ୍ଠ ସାମ୍ବାଦିକ ଙ୍କୁ ସମ୍ମାନିତ କରାଯାଇଥିଲା । କୋଣାର୍କ ପ୍ରେସ କ୍ଲବ ସଭାପତି ଧନଞ୍ଜୟ ବେହେରା ଙ୍କ ତତ୍ବାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ
କ୍ଲବ ର ସମସ୍ତ ସଭ୍ୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ