ବାଲି ଟ୍ରକରୁ ଜୋରିମାନା ଆଦାୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକଙ୍କ ନିର୍ଦେଶ କ୍ରମେ ଆଜି ବେଆଇନ ବାଲି ଟ୍ରକରୁ ଜୋରିମାନା ଆଦାୟ କରାଯାଇଛି। ସୂଚନା ଅନୁସାରେ ତିନି ଗୋଟି ଟ୍ରକ୍ ସ୍ଥାନୀୟ ବୈତରଣୀ ନଦୀରୁ ବାଲି ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ସେଗୁଡିକୁ ତହସିଲ କର୍ମଚାରୀ ମାନେ ଅଟକ ରଖିଥିଲେ। କାଗଜ ପତ୍ର ଯାଞ୍ଚ ସମୟରେ ଟ୍ରକ୍ ଗୁଡ଼ିକରେ ବେଆଇନ ଭାବେ ବାଲି ପରିବହନ ହେଉଥିବା ଜଣା ପଡିଥିଲା। ଏପରିକି ଆବଶ୍ୟକତା ଠାରୁ ଅତ୍ୟଧିକ ପରିମାଣରେ ବାଲି ପରିବହନ ହେଉଥିବା ତହସିଲଦାର ଜାଣିବାକୁ ପାଇଥିଲେ। ତେଣୁ ବେଆଇନ ପରିବହନ ଅଭିଯୋଗରେ ଗାଡ଼ି ଗୁଡ଼ିକ ଠାରୁ ତହସିଲ ପକ୍ଷରୁ ଜୋରିମାନା ଆଦାୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ