ଏକାଡେମିକ୍ ଇଣ୍ଟରନେସନାଲ ସ୍କୁଲରେ ବିଜ୍ଞାନ ମେଳା

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ବୁଧବାର ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ଏକାଡେମିକ୍ ଇଣ୍ଟରନେସନାଲ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ମେଳାରେ ବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ସାମଲ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଅତିଥି ପରିଚୟ କରାଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଓଷ୍ଟା ସଂପାଦକ ତଥା କେନ୍ଦୁଆପଦା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶଶୀ ଶେଖର କରଶର୍ମା ଯୋଗ ଦେଇ ମେଳାକୁ ଉଦ୍‌ଘାଟନ କରିବା ସହିତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ସେହିପରି ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଶିକ୍ଷକ ଅଭୟ କୁମାର ପ୍ରଧାନ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ପ୍ରଶଂସା କରିଥିଲେ । ଏହି ମେଳାରେ ମୋଟ ୬୧ଟି ପ୍ରକଳ୍ପ ସ୍ଥାନୀତ ହୋଇଥିଲା । ଜୁନିୟର ବର୍ଗରେ ୯୮ ଓ ସିନିୟର ବର୍ଗରେ ୪୯ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ଜୁନିୟର ବର୍ଗରେ ସଂଜୟକୃଷ୍ଣ ମହାପାତ୍ର ଓ ସିନିୟର ବର୍ଗରେ ପ୍ରସନ୍ନାନନ୍ଦ ମିଶ୍ର ଦାୟୀତ୍ୱ ତୁଲାଇଥିଲେ । ବିଭିନ୍ନ କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ