ନାରୀକୁ ସମ୍ମାନ-ଦେଶକୁ ସମ୍ମାନ “କସ୍ତୁରୀ”
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସାଂସ୍କୃତିକ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନ ‘କସ୍ତୁରୀ’ର ୨୫ତମ ବାର୍ଷିକ ଉତ୍ସବ ଆସନ୍ତା ଡିସେମ୍ବର ମାସ ୮ ତାରିଖ ଓ ୯ ତାରିଖ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟରୁ ଆସି ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ୮ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ୯୦୦ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ସୂଚନା ଦେଇଛନ୍ତି । ଆସନ୍ତା ୯ ତାରିଖ ଦିବା ୯ ଘଟିକା ସମୟରେ କେବଳ ମହିଳାମାନଙ୍କ ପାଇଁ ବୃହତ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ କେବଳ ଗୃହିଣୀ, ଏସ୍ଏଚ୍ଜି ମହିଳା ଓ ମହାବିଦ୍ୟାଳୟ/ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନେ ନାମ ପଞ୍ଜିକରଣ କରି ପ୍ରତିଯୋଗିତାରେ ଭାଗ ନେଇପାରିବେ । ମହିଳା ପ୍ରତିଯୋଗିମାନେ ନିଜ ମନରୁ ଚିତ୍ରାଙ୍କନ କରିବେ, ମୁରୁଜ ପକା, ସୁନ୍ଦର ହସ୍ତାକ୍ଷର, ଆଜି ମୁଁ ଲେଖିବି ବୋଉକୁ ଚିଠି ଓ ଫୁଲସଜ୍ଜା ଇତ୍ୟାତି ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏହି ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ‘କସ୍ତୁରୀ’ର ଏକ ଭିନ୍ନ ପ୍ରୟାସ । ପ୍ରତିଯୋଗୀମାନେ ସମ୍ପାଦକଙ୍କୁ ମୋବାଇଲ୍ ନଂ-୯୩୩୭୧୨୬୦୭୩/୯୪୩୭୭୦୭୧୧୪ରେ ଯୋଗାଯୋଗ କରିବା ପାଇଁ ସୂଚନା ପ୍ରଦାନ କରାଯାଉଛି ।


