ଦକ୍ଷତା ବିକାଶ ତାଲିମ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ଠାରେ ଆଜି ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଵିଡିଓ ଦେବଦତ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଶିବିରକୁ ମୁଖ୍ୟ ଅତିଥି ବିଧାୟକ ପ୍ରଫୁଲ୍ଲ ସାମଲ ଉଦଘାଟନ କରିଥିଲେ।ସଂପ୍ରତି ବେକାର ଯୁବକ ଯୁବତୀଙ୍କୁ ସରକାର ବିଭିନ୍ନ ଘୋରୋଇ ସଂସ୍ଥା ଜରିଆରେ ନିଯୁକ୍ତି ପ୍ରଦାନ କରୁଛନ୍ତି ବୋଲି ଏହି ଅବସରରେ ବିଧାୟକ ମତବ୍ୟକ୍ତ କରିଥିଲେ। ଆୟୋଜିତ ଶିବିରରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ନିୟୋଜନ ଅଧିକାରୀଣୀ ଅନିତା ନାୟକ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ଵର୍ଷାରାଣୀ ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ନିଯୁକ୍ତି ସକାଶେ ତାଲିମ୍ ପାଇଁଁ ୧୩୨ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ଶିବିରରେ ନାମ ପଞ୍ଜିକରଣ କରିଥିଲେ।ଜିପିଓ ମୀନକେତନ ବାରିକ ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ମିଶନ ଶକ୍ତି ଅଧିକାରୀ ସୁବ୍ରତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


