ବଞ୍ଚୋ ଶିଶୁମନ୍ଦିର ଠାରେ ଆନନ୍ଦପୁର ସଂକୁଳ ସ୍ଥାରୀୟ ୨୩ତମ କ୍ରୀଡା ସମାରୋହ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଆନନ୍ଦପୁର ସଂକୁଳର ୨୩ତମ ବାର୍ଷିକ କ୍ରୀଡା ସମାରୋହ ବଞ୍ଚୋ ଶିଶୁମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଆନନ୍ଦପୁର ସଂକୁଳ ପ୍ରମୁଖ ନିରାକାର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ଚିନ୍ତାମଣି ରାଉତ, ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ, କୋଷାଧ୍ୟକ୍ଷ ମଦନ ମୋହନ ପାଢ଼ୀ, ପୂର୍ବତନ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପ୍ରମୁଖ ଉପସ୍ଥିତ ଥିଲେ। ସଂକୁଳ ସଂଯୋଜକ ହରେକୃଷ୍ଣ ପତିଙ୍କ ସଂଯୋଜନା ରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାକୁ ଗୁରୁଜୀ କାଙ୍ଗାଳୀ ଚରଣ ମହାନ୍ତି, ଅନାମ ଚରଣ ରାଉତ, ବାମନ ଚରଣ ନାୟକ, ଗୁରୁମା ନର୍ମଦା ମଲ୍ଲିକ, ଜଲି ସା, ହେଲେନା ନାୟକ, ରଶ୍ମିରିତା ରଣା, ବିଦ୍ୟୁତ ପ୍ରଭା ନାୟକ, ସୌଦାମିନୀ ଜେନା, ସୁଜାତା ମଣ୍ଡଳ, ବିଶ୍ୱାବନ୍ଦିତା ରାଉତ, ଅପା ସେବତୀ ରାଉତ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ