ସରକାରଙ୍କ ବିଚାରରେ କଅଣ ମଦ ଏକ ନିଶା ନୁହେଁ?

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଶାମୁକ୍ତ ଭାରତ ଅଭିଯାନ ତରଫରୁ ଡିସେମ୍ବର ୧୩ ତାରିଖ ଦିନ ଏହାର ରାଜ୍ୟ କମିଟି ତରଫରୁ ବସିଥିବା ବୈଠକର ବିବରଣୀ ପଢିଲେ ମନେହୁଏ କେନ୍ଦ୍ର ଓ ରାଜ୍ୟ ସରକାର ମଦକୁ ଏକ ନିଶା ଭଳି ବିଚାର କରୁନାହାନ୍ତି । ଏହା ହୋଇଥିଲେ ସରକାର ୨୦୨୪ ଏପ୍ରିଲ ପହିଲାରୁ ମଦ ବେପାର ବନ୍ଦ ହେବ ବୋଲି ଘୋଷଣା କରିଥାନ୍ତେ । ସବୁ ପ୍ରକାର ନିଶା ମଧ୍ୟରେ ଧଳା ଜହର ଅଧିକ ମାରାତ୍ମକ ବୋଲି ସମସ୍ତେ ଅନୁଭବ କରୁଛନ୍ତି । ଏଣୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ସମସ୍ତେ ଏଥଲାଗି ବ୍ୟସ୍ତ । କିଛି କାଳ ପୂର୍ବେ ସେ ତାଙ୍କ ‘ମନ୍ କି ବାତ୍‌’ରେ ଏହି ନିଶାର ମାରାତ୍ମକତା ସମ୍ପର୍କରେ ନିଜର ଉଦ୍‌ବେଗ ପ୍ରକାଶ କରିଥିଲେ ।ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ସବୁ ପ୍ରକାର ନିଶା ନିବାରଣ ଦିଗରେ ସହଯୋଗ କରୁଥିଲେ ବି ମଦମୁକ୍ତ ଓଡ଼ିଶା ଓ ମଦମୁକ୍ତ ଭାରତକୁ ବିଶେଷ ଗୁରୁତ୍ୱ ଦେଉଛି । କାରଣ ଅନ୍ୟାନ୍ୟ ନିଶା ବ୍ୟବସାୟ ବେଆଇନ କିନ୍ତୁ ସରକାରମାନେ (ଗୁଜୁରାତ ଓ ବିହାରକୁ ଛାଡ଼ି) ଏହି ବ୍ୟବସାୟ ଚଳାଇଛନ୍ତି । ସରକାର ନିଜେ ଏ ବ୍ୟବସାୟ ଚଳାଇଥିବାରୁ ବେସରକାରୀ ମଦ ଉତ୍ପାଦନ ଓ ବ୍ୟବସାୟ ଚଳାଇବା ସହଜ ହେଉଛି ।ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ମଦମୁକ୍ତ ଗାଁରୁ ମଦମୁକ୍ତ ଭାରତ ଅଭିଯାନ ଚଳାଇବାର କାରଣ ମଦ ବ୍ୟକ୍ତି ଓ ପରିବାର ଠାରୁ ଆରମ୍ଭ କରି ସମଗ୍ର ସମାଜକୁ ଅତିଷ୍ଠ କରୁଛି । ଗଣ ଦୁଷ୍କର୍ମ ଓ ଶିଶୁ ଦୁଷ୍କର୍ମ ଏବଂ ଦୁଷ୍କର୍ମ ତଥା ହତ୍ୟା କେବଳ ମଦ ହିଁ କରିଥାନ୍ତି ।ନିଶା ନିବାରଣ ଆଇନ ଯେଉଁଠି ପ୍ରଣୀତ ହୋଇଛି, ସବୁ ଠାରେ ସବୁ ପ୍ରକାର ନିଶାକୁ ବାରଣ କରାଯାଇଛି । ଆମ ସମ୍ବିଧାନର ଧାରା ୪୭ରେ କୁହାଯାଇଛି ଯେ, ରାଷ୍ଟ୍ର ସ୍ୱାସ୍ଥ୍ୟର ହାନିକାରକ ସବୁ ପ୍ରକାର ନିଶାକୁ ବେଆଇନ କରିବାକୁ ଉଦ୍ୟମ କରନ୍ତୁ । କିନ୍ତୁ ପୂର୍ବୋକ୍ତ ଦୁଇ ରାଜ୍ୟ ଛଡ଼ା ଅନ୍ୟ ରାଜ୍ୟଗୁଡ଼ିକ ସମ୍ବିଧାନର ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ବଦଳରେ ଏହାକୁ ବଢାଇ ଉକ୍ତ ନିର୍ଦ୍ଦେଶନାମାର ବିରୋଧି କାର୍ଯ୍ୟ କରିଚାଲିଛନ୍ତି । ଏଭଳି ‘ଧର୍ମକୁ ଆଖିଠାର’ ଛାଡ଼ି ୨୦୨୪ ଏପ୍ରିଲ ପହିଲାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ସସମ୍ପୂର୍ଣ୍ଣ ନିଶା ନିବାରଣ ଦିଗରେ ପଦକ୍ଷେପ ନିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ