ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ ସରକାରୀ ସଂଘ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସ ଂଘ ଗୃହରେ ସଂଘର ସଭାପତି ଇଂ. ବନମାଳୀ ନାୟକଙ୍କ ଅଧ୍ୟକ୍ଷତାରେ ୪୨ତମ ଜାତୀୟ ପେନ୍‌ସନ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ଅତିରିକ୍ତ କୋଷାଗାର ଅଧିକାରୀ ଶ୍ରୀ ରଘୁନାଥ ମୁର୍ମୁ ମୁଖ୍ୟଅତିଥି ଓ ଷ୍ଟେଟ୍‌ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବାଲେଶ୍ୱର ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ଶୁଭେନ୍ଦୁ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭାପତି ଇଂ. ବନମାଳୀ ନାୟକ ଜାତୀୟ ପେନ୍‌ସନ୍ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ ।ଜିଲ୍ଲା ଅତିରିକ୍ତ କୋଷାଗାର ଅଧିକାରୀ ତାଙ୍କ ବକ୍ତବ୍ୟରେ ପେନ୍‌ସନ୍ ପାଉଥିବା ଓ ପାଇବାକୁ ଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କର ସମସ୍ୟା ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯାଉଛି । ଯଦି କାହାରି କିଛି ସମସ୍ୟା ଥାଏ, ତାହେଲେ ଜିଲ୍ଲା କୋଷାଗାର ଅଧିକାରୀ ଓ ତାଙ୍କ ଦୃଷ୍ଟି ଆକର୍ଷଣ କଲେ ତାହାର ସମାଧାନ କରାଯିବ ।ଅନୁରୂପ ଭାବେ ଷ୍ଟେଟ୍‌ବ୍ୟାଙ୍କ୍‌ର ମୁଖ୍ୟ ପରିଚାଳକ ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ ପେନ୍‌ସନ୍ ଭୋଗୀ ଓ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ହୋଇଥିବା ଅନୁରୋଧକୁ ବିଭାଗୀୟ ଉଚ୍ଚ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ । ପେନ୍‌ସନ୍ ସମ୍ବନ୍ଧୀୟ ଯଦି କିଛି ସମସ୍ୟା ଥାଏ ତାହେଲେ ତାଙ୍କ ଦୃଷ୍ଟିକୁ ଆଣିବାକୁ ଅନୁରୋଧ କରିଥିଲେ ।ଉକ୍ତ ସଭାରେ ବରିଷ୍ଠ ଉପଦେଷ୍ଟା ଶ୍ରୀ ଧୀରେନ୍ଦ୍ର ନାରାୟଣ ଦାସ, ସମ୍ପାଦକ ଶ୍ରୀ ବସନ୍ତ କୁମାର ନାୟକ, ଅର୍ଥ ସମ୍ପାଦକ ଶ୍ରୀ ଦାମୋଦର ନାୟକ, ସଂଗଠନ ସମ୍ପାଦକ ଶ୍ରୀ ସୁଜିତ୍ କୁମାର ଜେନା ମଞ୍ଚାସୀନ ଥାଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସ୍ତା ଶାଖାର ସଭାପତି ଶିଶିର କୁମାର ରଥ, ଉପଦେଷ୍ଟା ଜ୍ଞାନେନ୍ଦ୍ର ନାଥ ସାହୁ, ଲୋକନାଥ ଆଚାର୍ଯ୍ୟ ଓ କଲ୍ୟାଣୀ ନନ୍ଦ, ଜଳଧର ପଣ୍ଡା, ଦିନେଶ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବେଣୁଧର ପାଳ, ପୁଷ୍ପଲତା ମହାନ୍ତି, ଦେବେନ୍ଦ୍ର ନାଥ ଚୌଧୁରୀ, ଶରତ କୁମାର ବିଶ୍ୱାଳ, ଯୋଗେନ୍ଦ୍ର ନାଥ ସିଂହ, ବେଣୁଧର ସାହୁ, ସୁରେନ୍ଦ୍ର ପ୍ରସାଦ ନାୟକ, ସୁରେନ୍ଦ୍ର ପ୍ରସାଦ ଦାସ, ରମେଶ ଚନ୍ଦ୍ର ଜେନା, ଡାକ୍ତର ତାରାକାନ୍ତ ନନ୍ଦ, ପ୍ରଫେସର ଅନନ୍ତ ପ୍ରଧାନ, ଯୁଧିଷ୍ଠିର ନନ୍ଦ, ଭବେଶ ଚନ୍ଦ୍ର ପଣ୍ଡା, କ୍ଷେତ୍ରମୋହନ ନାୟକ, ଶେଖ୍ ଆଲ୍ଲାଉଦ୍ଦିନ୍‌, ପୁରୁଷୋତ୍ତମ ବେହେରା, ପ୍ରଫୁଲ୍ଲ ଜେନା, ଶଚୀନ୍ଦ୍ର ଦାସ, ଶ୍ୟାମସୁନ୍ଦର ଜେନା, ସୀତାରାମ ପ୍ରଧାନ, ବୀରେନ୍ଦ୍ର ମହାନ୍ତ, କେଶବ ଚନ୍ଦ୍ର ମହାନ୍ତି, ପ୍ରଭାତୀ ଦାସ, ଜ୍ୟୋତ୍ସ୍ନା ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସର୍ବଶେଷରେ ଡ. କ୍ଷିତୀଶ୍ୱର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ