ଛତ୍ରପୁର ସୁନ୍ଦରେଶ୍ବର ମନ୍ଦିରରେ ଜାରି ରହିଥିବା ବିକାଶ କାର୍ଯ୍ୟର କଲେ ଅନୁଧ୍ୟାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସୁନ୍ଦରେଶ୍ବର ମନ୍ଦିରରେ ଜାରି ରହିଥିବା ବିକାଶ କାର୍ଯ୍ୟର କଲେ ଅନୁଧ୍ୟାନ କରିବା ସହିତ ମନ୍ଦିର କମିଟି ଓ ସେବାୟତଙ୍କ ସହ କଲେ ଆଲୋଚନା କରିଥିଲେ,୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ,ଗଞ୍ଜାମ ଜିଲା ଗସ୍ତ ର ଦ୍ଵିତୀୟ ଦିନ ତଥା ରବିବାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ରେ ଅଷ୍ଟଶମ୍ଭୁ ପୀଠ ସୁନ୍ଦରେଶ୍ୱର ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ସଭାକୁ ସେ ସମ୍ବୋଧନ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଓଡ଼ିଶା ଗଠନ କରିବାରେ ଲାଗିପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବଦା ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଓ ଗମନାଗମନର ବିକାଶ ପାଇଁ ଗୁରୁତ୍ୱ ଦେଇଆସୁଛନ୍ତି। ହାଇସ୍କୁଲ, କଲେଜ, ହସ୍ପିଟାଲ ରୂପାନ୍ତରୀକରଣ କରାଯାଉଛି। ତେବେ କେତେକ ଲୋକଙ୍କୁ ଏସବୁ ଦେଖାଯାଉନି ବୋଲି ବିରୋଧୀଙ୍କୁ ୫-ଟି ଅଧ୍ୟକ୍ଷ କଟାକ୍ଷ କରିଥିଲେ। ଗଞ୍ଜାମଜିଲ୍ଲା ରେ ଦେଢ଼ ମାସ ଭିତରେ ଖୁବ୍‌ଶୀଘ୍ର ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେବ ଏବଂ ପ୍ରତି ପଞ୍ଚାୟତରୁ ବ୍ଲକକୁ ଦୈନିକ ୩ ଥର ବସ୍‌ ଯାତାୟାତ କରିବ ବୋଲି ସେ ସୂଚନା ଦେଇଥିଲେ। ଓଡ଼ିଶାର ପ୍ରାୟ 90 ପ୍ରତିଶତ ପ୍ରତିଶତ ପରିବାରଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି ଏବଂ ମାଗଣାରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଲୋକେ ପାଇପାରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ ମା’ମାନଙ୍କୁ ସଶକ୍ତ କଲେ ଓଡ଼ିଶା ଆଗେଇପାରିବ ଏବଂ ଓଡ଼ିଶା ସଶକ୍ତ ହୋଇପାରିବ। ଏଣୁ ମିଶନ ଶକ୍ତିର ମା’ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଲକ୍ଷ୍ମୀ ବସ୍‌ରେ ଯାତାୟାତ ପାଇଁ ମା’ମାନଙ୍କ ଲାଗି ୫ ଟଙ୍କାରେ ଟିକେଟ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମା’ମାନଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସହାୟତା ଆଦି ର ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ସେ କହିଥିଲେ। ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧିନସ୍ଥ ସୁନ୍ଦରେଶ୍ୱର ମନ୍ଦିର ରୂପାନ୍ତରୀକରଣ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା,ମା ରାମଚଣ୍ଡୀ ମନ୍ଦିର ପାଇଁ ୨.୨୦ କୋଟି ଟଙ୍କା ଓ ବଟେଶ୍ୱର ମନ୍ଦିର ରୂପାନ୍ତରୀକରଣ ପାଇଁ ୧.୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଥିବା ୫-ଟି ଅଧ୍ୟକ୍ଷ କହିଥିଲେ। ଏଥିସହ ଋଷିକୁଲ୍ୟା ନଦୀର କଂସାରୀଗଣ୍ଡରେ ବନ୍ଧ ନିର୍ମାଣ ପାଇଁ ୧୬୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ଏବଂ ଏହାଦ୍ୱାରା ଗଞ୍ଜାମ ଓ ଛତ୍ରପୁର ବ୍ଲକର ଚାଷୀ ପାଣି ପାଇପାରିବେ ବୋଲି ସେ କହିଥିଲେ। ବଟେଶ୍ୱର, ରାମଚଣ୍ଡୀ ଓ ସୁନ୍ଦରେଶ୍ୱର ମନ୍ଦିର କମିଟି ପକ୍ଷରୁ ୫-ଟି ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାସନ,ଗଞ୍ଜାମ ଏସପି ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ,ରାଜ୍ୟ ଯୋଜନା ବୋର୍ଡ ର ସଦସ୍ୟ ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ,19ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ସୁନ୍ଦରପୁର ସରପଞ୍ଚ ଗଗନ କୁମାର ବେହେରା, ସମିତି ସଭ୍ୟା ସୁଜ୍ଞାନୀ ସେଠି, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଛତ୍ରପୁର ବ୍ଲକ ବିଜେଡିସଭାପତି ପ୍ରବାସୀ ପ୍ରଧାନ,ଛତ୍ରପୁର ନଗର ବିଜେଡିସଭାପତି ବି. ରାଜୁବାବୁ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ପୂର୍ବତନ ସାଂସଦ ପ୍ରତନିଧି ଜଟିଆ ନାହାକ ଓ ସୁଧୀର ପାଢ଼ୀ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୂଖ ପଟ୍ଟନାୟକ,ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ,ଛତ୍ରପୁର ବିଡିଓ ସୁଶାନ୍ତ ବରାଳ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ହଜାର ହଜାର ସଂଖ୍ୟା ରେ ମହିଳା ସହିତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣ ରେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ