ଗ୍ରାସୀମ ୱିଣ୍ଡୋଷ୍ଟିଜ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜମ ବ୍ଳକ ଅନ୍ତର୍ଗତ ପାଳିବନ୍ଧ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ଆନୁକୂଲ୍ୟରେ ଓ ବ୍ରହ୍ମପୁର ଭାରତ କ୍ଲିନିକ୍ ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଗଞ୍ଜାମ ବ୍ଳକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ଗଞ୍ଜାମ ବିଡିଓ ବସନ୍ତ କୁମାର ମଲ୍ଲିକ, ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ର ଯୋଗଦେଇଥିଲେ। ଗ୍ରାସୀମ ଇଣ୍ଡୋଷ୍ଟିଜ ପକ୍ଷରୁ ୟୁନିଟମୁଖ୍ୟ ଅଜୟ ଗୁପ୍ତା, ମାନବସମ୍ବଳ ଅଧିକାରୀ ନିରଜା ପଟ୍ଟନାୟକ,ବିହେଚ- ପ୍ରବୀଣ ନରେନ୍ଦ୍ର ଦାସ, ସିଏସଆର ମୁଖ୍ୟ ସୁସ୍ମିତା ବେହେରା , ଭାରତ କ୍ଲିନକ୍ ଏମଡି ପୂର୍ଣଚନ୍ଦ୍ର ପଣ୍ଡା, ପୁର୍ବତନ ବ୍ଳକ ଅଧକ୍ଷ ସୁରଥ ପ୍ରଧାନ, ସରପଞ୍ଚ ପ୍ରତିନିଧି ବିଦ୍ୟୁପ୍ରଧାନ,ନାୟବ ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ, ସିଏସଆର ପୁରୁଷୋତ୍ତମ ମୁଦୁଲି ଉପସ୍ଥିତ ଥିଲେ। ଏହି ଅବସରରେ ୫୨୩ ଜଣ ବ୍ୟକ୍ତିବିଶେଷଙ୍କ ସ୍ନାୟୁ ଜନିତ ଝିମାବାତ , ଆଣ୍ଠୁବାତ, ୟୁରିକ ବାତ, ମଧୁମେୟ , ରକ୍ତଚାପ ପରୀକ୍ଷା କରାଯାଇ ଆବଶ୍ୟକ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଏଥିରେ ଅସ୍ଥି ଶଲ୍ୟ ବିଭାଗର ବିଶେଷଜ୍ଞ ଡାକ୍ତର ସତୀଶ ମହାପାତ୍ର , ଗ୍ରାସୀମର ଫାର୍ମାସିଷ୍ଟ ହୃଷିକେଶ ପୃଷ୍ଠି,ଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତର ମାନେ ଯୋଗଦେଇଥିଲେ।