ଗାରାବନ୍ଧ ସ୍କୁଲରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଗରାବନ୍ଧ ସ୍ଥିତ ସରକାରୀ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାକୁ ସହକାରୀ ବ୍ଲକ ଶିକ୍ଷାଧିକାରୀ ଶ୍ରୀ.ଏନ. ବିମଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରେ ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷିକା ଏ.ସନ୍ଧ୍ୟାରାଣୀ କର୍ମଶାଳା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ସାଧନକର୍ମୀ ଭାବେ ବେଣୁ ଗୋପାଳ ପାଢ଼ୀ, ଏସ.ସ୍ୱପ୍ନାରାଣୀ ,ଦେବୀଶ୍ରୀ ବେହେରା ଓ ନନ୍ଦିତା ପାତ୍ର ଯୋଗ ଦେଇଥିଲେ । ବ୍ଲକର 25 ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତିନି ଦିନ ପାଇଁ କର୍ମଶାଳାରେ ଯୋଗ ଦେଇଥିଲେ । ଜାତୀୟ ଶିକ୍ଷା ନୀତି 2020 ଓ ପ୍ରଥମ ରୁ ତୃତୀୟ ଶ୍ରେଣୀ ପିଲାଙ୍କ ଶିକ୍ଷା କୁ ସରଳ ଓ ସହଜ କରିବାକୁ ଏକ ଅଭିନବ ପ୍ରୟାସ ରେ କର୍ମଶାଳାଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ପରିଚାଳନା କରା ଯାଇଥିଲା । ଶେଷରେ ସ୍ଥାନୀୟ CRCC ତାରକେଶ୍ଵର ଜେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।