ବ୍ଳକସ୍ତରୀୟ ନୂଆ-ଓ କ୍ରୀଡାତ୍ସୋବ ଉଦଯାପିତ ଓ ପୁରସ୍କାର ବିତରଣ ଉତ୍ସବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବ୍ଳକସ୍ତରୀୟ ନୂଆ-ଓ କ୍ରୀଡାତ୍ସୋବ ବୁଧବାର ଉଦଯାପିତ ହୋଇଯାଇଛି । ଆୟୋଜିତ କ୍ରୀଡା ଉତ୍ସବରେ ୬ଟି ଗୋଷ୍ଠୀଗତ କ୍ରୀଡା କ୍ରିକେଟ, ହକି, ଫୁଟବଲ, ଭଲିବଲ, ହକି, କବାଡି ଓ ଖୋଖୋ ପ୍ରତିଯୋଗୀତାରେ ୧୪୬ଟି ଦଳ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ବ୍ଳକ ଦାରୁଭଦ୍ରା ମିନି ଷ୍ଟାଡିୟମ ସମେତ ସମରଝୋଳ, ଗଣ୍ଡଳା ଓ ଆଲପୁର ଖେଳପଡିଆରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବୁଧବାର ଅପରାହ୍ନରେ ହିଞ୍ଜିଳିକାଟୁ ବ୍ଳକ ଦାରୁଭଦ୍ରା ମିନି ଷ୍ଟାଡିୟମ ପରିସରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଡିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସଭ୍ୟା ବାଇ. ଗିତାଞ୍ଜଳି, ପ୍ରତି ସାହୁ, ସରପଞ୍ଚ ବିକାଶ ସେଠି ପ୍ରମୁଖ ମଞ୍ଚାସିନ ଥିଲେ । ଆୟୋଜିତ ସମସ୍ତ କ୍ରୀଡା ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବିଭାଗର ଚମ୍ପିୟାନ ଦଳକୁ ୨୦ ହଜାର ଟଙ୍କା, ପ୍ରଥମ ଉପବିଜେତା ଦଳକୁ ୧୫ ହଜାର ଟଙ୍କା ଓ ଦ୍ୱିତୀୟ ଉପବିଜେତା ଦଳକୁ ୧୦ ହଜାର ଟଙ୍କା ସମେତ ମେଡାଲ ଓ ପ୍ରମାଣପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । କ୍ରୀଡା ପ୍ରତିଯୋଗିତାର ସୁପରିଚାଳନା ସକାଶେ ୨୮ ଜଣ କ୍ରୀଡା ପ୍ରଶିକ୍ଷକଙ୍କ ସମେତ ବହୁ ପ୍ରାକ୍ତନ ଖେଳାଳୀ ଓ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା । ପରିଶେଷରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀ ମାନଙ୍କ ଦ୍ୱାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳ, ସୁଦର୍ଶନ ରାଉତ, ମଦନମୋହନ ସେଠି, ରଶ୍ମିତା ପ୍ରଧାନ,ନିଳାଞ୍ଚଳ ସାହୁ, ସୁରେଶ ବରଡ କାଳିଆ ଦାସ, ସମିତି ସଭ୍ୟ କାଳିଆ ସାହୁ, ପ୍ରଶାନ୍ତ ସାହୁ, ରୀନା ପୋଲେଇ ସିଡିପିଓ ଗାଙ୍ଗୀ ସୁବୁଦ୍ଧି, ସିପି ଦଣ୍ଡପାଣି ଦାଶ, ପିଇଓ ସଂଘ ସଭାପତି ସୁଶାନ୍ତ ପାତ୍ର, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାଶ, ବିଏଫଟି ବୃନ୍ଦାବନ ଗୌଡଙ୍କ ସମେତ ବହୁ କ୍ରୀଡାବିତ, ବୁଦ୍ଧିଜୀବି ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୃନ୍ଦ ପରିଚାଳନା କରିଥିବା ବେଳେ ପଞ୍ଚାୟତ ସମିତି କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ