ପଞ୍ଚାୟତ ସମିତି ସାଧାରଣ ବୈଠକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ୮ମ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ସଂଯୋଜନାରେ ସମିତି ସଭାଗୃହରେ ଆୟୋଜିତ ବୈଠକରେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ସଭାପତିତ୍ୱ କରିଥିଲେ।ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ଓଡିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ,ବ୍ଲକ ସହକାରୀ ଯନ୍ତ୍ରୀ ଇଂ ଗିରିଧାରୀ ବେହେରା ପ୍ରମୁଖ ମଞ୍ଚସିନ ଥିଲେ। ଅଧିବେଶନରେ ପୂର୍ବ ବୈଠକର ବିବରଣୀ ଉପସ୍ଥାପନ ହୋଇଥିଲା।ପୂର୍ବ ଥର ଭଳି ଚଳିତ ବୈଠକରେ ମଧ୍ୟ ବସୁଧା ଯୋଜନାରେ ଗ୍ରାମାଞ୍ଚଳବାସୀଙ୍କୁ ଆବଶ୍ୟକତା ଅନୁଯାୟୀ ପାନୀୟ ଜଳଯୋଗାଣ ଉପରେ ଅଧିକାଂଶ ଜନ ପ୍ରତିନିଧି ଦୃଷ୍ଟି ଆକର୍ଷଣ କରିଥିଲେ।ଗର୍ଭବତୀ,ପ୍ରସୂତି ଓ ଅଙ୍ଗନବାଡି ଶିଶୁଙ୍କ ଅପପୃଷ୍ଟି ରୋକିବା ନିମନ୍ତେ ଯୋଗାଇ ଦିଆ ଯାଉଥିବା ଛତୁଆକୁ ଅଧିକ ସ୍ୱଚ୍ଛତା ଓ ଗୁଣବତ୍ତା ବଜାୟ ରଖିବା ନିମନ୍ତେ ପ୍ରସ୍ତୁତି ସମୟରେ ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ ଓ ପରଖିବା ପାଇଁ ବିଭିନ୍ନ ବର୍ଗ ବିଶେଷଙ୍କୁ ଅନୁମତି ଦିଆ ଯାଇଛି ବୋଲି ବିଡିଓ ସୂଚନା ଦେଇଥିଲେ।ବିଭିନ୍ନ ସରକାରୀ ଯୋଜନା ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଆନୁଷଙ୍ଗିକ କୃଷି, ସାଧାରଣ ବଣ୍ଟନ ବ୍ୟବସ୍ଥା, ପରିମଳ, ସାମାଜିକ ସୁରକ୍ଷା,ମନରେଗା, ଗ୍ରାମୀଣ ଆବାସ ଯୋଜନା,ଆବାସ ଗୃହ ଜମି ପଟ୍ଟା ଏବଂ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଓ ଉନ୍ନୟନ ପ୍ରକଳ୍ପ ଗୁଡିକ ଯେପରି ତୃଣ ମୂଳସ୍ତରରେ ଲୋକଙ୍କ ନିକଟରେ ଉପଲବ୍ଧ ହୋଇ ସୁଫଳ ପାଇବେ ସେଥିପ୍ରତି ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଏ.ସୁଦର୍ଶନ, ସଭ୍ୟା ବାଇ ଗୀତାଞ୍ଜଳି, ପ୍ରିତି ସାହୁ, ସରପଞ୍ଚ କାଳିଆ ଦାସ, ସୁରେଶ ବରଡ, ନିଳାଞ୍ଚଳ ସାହୁ, କୃଷ୍ଣ ଚନ୍ଦ୍ର ଭଉଳ, ସୁଦର୍ଶନ ରାଉତ, ମଦନ ମୋହନ ସେଠି, ରଶ୍ମିତା ପ୍ରଧାନ, ରୀନା ପୋଲେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜଗନ୍ନାଥ ଦାଶ, ସହକାରୀ ଯନ୍ତ୍ରୀ ଇଂ ରବିନ୍ଦ୍ର ନାୟକ, ସହକାରୀ ଯନ୍ତ୍ରୀ ବିନ୍ଦୁ ସାଗର ପଣ୍ଡା,କନିଷ୍ଠ ଯନ୍ତ୍ରୀ ଜେନା ନାୟକ,ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ସିଡିପିଓ ଗାଙ୍ଗୀ ସୁବୁଦ୍ଧି,ପରିମଳ କନିଷ୍ଠ ଯନ୍ତ୍ରୀ ଇଂ ସନ୍ତୋଷ ଦାସ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା, ଇଂ. କେଦାର ପଣ୍ଡା, ଇଂ. ହର୍ଷବର୍ଦ୍ଧନ କର, ଟିପିଏସଓଡିଏଲ ସହକାରୀ ଯନ୍ତ୍ରୀ ସମ୍ବିତ ସାମଲ, ସିପି ଦଣ୍ଡପାଣି ଦାଶ, ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ, ବିପିଏମ ଶଶାଙ୍କ ଶେଖର ପଣ୍ଡା, ବନରକ୍ଷୀ ମିତାରାଣୀ ବିଶ୍ୱାସରାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ