ନିଖୋଜ ମହିଳାଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅର୍ନ୍ତଗତ ଏସ୍.ଗୋପାଳପୁର ଗ୍ରାମ ପଞ୍ଚାୟତ ରତନେଇ ପାହାଡ଼ରେ ଗତମାର୍ଚ୍ଚ୧୫/୨୧ ରେ ବନିତା ଗୈାଡ ନାମ୍ନୀ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରି ଫୋପାଡି ଦେଇଥିବା ବେଳେ ପୋଲିସ ଘଟଣାରେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପରବର୍ତ୍ତୀ ସମୟରେ ଘଟଣାର ଖୋଳତାଡ଼ କରିବା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଆମ୍ବ ଗାଁ ର ଡାକ ଭୂୟାଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣା ପରଠାରୁ ସୁମନ୍ତପୁର ଗ୍ରାମର ମୃତକଙ୍କ ପିତା ଦୁର୍ଯ୍ୟୋଧନ ଗୌଡ଼ ଓ ମାଆ ସୁଦେଷ୍ଣା ଗୌଡ଼ ତାଙ୍କ ବଡ଼ଝିଅ ନିଖୋଜ ରହିଥିବା ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ମହିଳାଙ୍କ ଲୁଗା , ହାତ ମୁଦି। , ପାଉଁଜି ଦେଖାଇବା ପରେ ପରିବାର ଲୋକେ ଚିହ୍ନଟ କରିଥିଲେ ଝିଅ ବନିତା । ତେବେ ଦୀର୍ଘ ସାଢେ ୨ ବର୍ଷ ପରେ ପ୍ରଥମ ବିଭାଗୀୟ ବିଚାରପତି ଡ.ଇନ୍ଦୁ ଶର୍ମା ଉକ୍ତ କେସର ବିଚାର କରି ରାୟ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଆସାମୀ ଡାକ ଭୂୟାଁଙ୍କୁ ଆଜୀବନ କାରାଦଣ୍ଡ ସହ ୧୦୦୦୦ ଟଙ୍କା ଜୋରିମାନାର ଆଦେଶ ଶୁଣାଇଛନ୍ତି । ଉକ୍ତ ମାମଲାର ସଠିକ୍ ତଦନ୍ତ ଯୋଗୁଁ ଆସାମୀ ଦଣ୍ଡ ପାଇବା ସହିତ ମୃତ ବନିତା ଗୌଡ଼ ଓ ତାଙ୍କ ପରିବାରକୁ ନ୍ୟାୟ ମିଳିବା ପରେ ପରିବାର ଲୋକେ ଆଶ୍ବସ୍ତ ପାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ