ପିଆଜର ବିକଳ୍ପ
ପିଆଜର ଅଭାବ କାରଣରୁ ଦେଶର ବିଭିନ୍ନ ଅଞ୍ଚଳରେ ଏହାର ମୂଲ୍ୟ ୧୨୦ରୁ ୧୫୦ ଟଙ୍କାରେ ପହଞ୍ଚି ସାରିଛି। ବର୍ତ୍ତମାନ ଏହାର ଦର କମିବାର ନାଁ ନେଉନାହିଁ। ଯଦି ଆପଣ ପିଆଜର ଆକାଶ ଛୁଆଁ ଦାମ୍ରେ ବ୍ୟତିବ୍ୟସ୍ତ, ତେବେ ଏହାର ବିକଳ୍ପ ଚୟପ କରିପାରିବେ।
ଦହି କିମ୍ବା ଚିନାବାଦାମ
ପିଆଜର ବ୍ୟବହାର ତରକାରୀକୁ ଗାଢ଼ କରିବା ଲାଗି ବ୍ୟବହାର କରାଯାଏ। ଏପରିସ୍ଥଳେ ପିଆଜ ନ ଥିଲେ ବିକଳ୍ପ ଭାବେ ଆପଣ ଗାଢ଼ ଦହି କିମ୍ବା ଚିନାବାଦାମ ପେଷ୍ଟ ବ୍ୟବହାର କରିପାରିବେ।
କାଜୁ ବାଦାମ ପେଷ୍ଟ
ଏହାବ୍ୟତୀତ ଅନେକ ରେସ୍ତୋରାଁରେ ତରକାରୀକୁ ଗାଢ଼ କରିବା ଲାଗି କାଜୁ ପେଷ୍ଟ କିମ୍ବା ଭିଜା ବାଦାମ ପେଷ୍ଟ ମଧ୍ୟ ବ୍ୟବହାର କରାଯାଉଛି।
ଅଟା କିମ୍ବା ମଇଦା
ଆପଣ ଚାହିଲେ ତରକାରୀକୁ ଗାଢ଼ କରିବା ଲଗି ଅଟା କିମ୍ବା ମଇଦା ବ୍ୟବହାର କରିପାରିବେ। ଏଥିପାଇଁ ତେଲରେ ଅଟା କିମ୍ବା ମଇଦା ବାଦାମୀ ହେବା ଯାଏ ଭାଜନ୍ତୁ। ଏହାପରେ ଏଥିରେ ଟମାଟୋ ପକାଇ ତରକାରୀ କରନ୍ତୁ।
କାକୁଡ଼ି ଓ ଗାଜର
ପିଆଜର କ୍ରଞ୍ଚି ଟେଷ୍ଟ ଦେବା ଲାଗି ଏହାର ସବୁଠାରୁ ବଡ଼ ବିକଳ୍ପ ହେଉଛି କାକୁଡ଼ି ଓ ଗାଜର। ଏହାକୁ ମଧ୍ୟ ଆପଣ ତରକାରୀରେ ବ୍ୟବହାର କରିପାରିବେ।
ପିଆଜ ଷଣ୍ଢା
ଶୀତଦିନେ ପିଆଜ ଷଣ୍ଢା ବା ସ୍ପ୍ରିଙ୍ଗ ଓନିଅନ୍ ସହଜରେ ମିଳିଯାଏ। ଏହାକୁ ମଧ୍ୟ ଆପଣ ପିଆଜର ବିକଳ୍ପ ଭାବେ ବ୍ୟବହାର କରିପାରିବେ।
ରସୁଣ
ମହଙ୍ଗା ପିଆଜ ବଦଳରେ ଆପଣ ରସୁଣ ବ୍ୟବହାର କରିପାରିବେ। ସାଧାରଣତଃ ଆପଣ ପିଆଜ ସହିତ ଯେତିକି ରସୁଣ ପକାଉଛନ୍ତି, ତା’ଠାରୁ ଅଳ୍ପ ଅଧିକ ରସୁଣ ବ୍ୟବହାର କରି ପିଆଜର ଅଭାବ ମେଣ୍ଟାଇ ପାରିବେ। ରସୁଣ କେବଳ ତରକାରୀର ସ୍ବାଦ ବଢ଼ାଇ ନ ଥାଏ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ।
ଟମାଟୋ
ପିଆଜ ବଦଳରେ ଆପଣ ଟମାଟୋ ଓ ମସଲା ବ୍ୟବହାର କରିପାରିବେ। ଯେଉଁଥିରେ ଆପଣ ମଜାଦାର ଖାଦ୍ୟ ରୋଷେଇ କରିପାରିବେ।
କଖାରୁ
କଖାରୁ ଓ ପାଣି କଖାରକୁ ସିଝାଇ ଏହାକୁ ତରକାରୀରେ ବ୍ୟବହାର କରିପାରିବେ। ଏହାଦ୍ବାରା ତରକାରୀର ଝୋଳ ଗାଢ଼ ହୋଇଥାଏ।
ପିଆଜ ପାଉଡର
ଯଦି ଆପଣଙ୍କୁ ପିଆଜ ବିନା ତରକାରୀ ସ୍ବାଦିଷ୍ଟ ଲାଗୁନି, ତେବେ ତାଜା ପିଆଜ ବଦଳରେ ପିଆଜ ପାଉଡର ମଧ୍ୟ ବ୍ୟବହାର କରିପାରିବେ।


