ବୋଡକ ସ୍ପୋର୍ଟସ କ୍ଲବ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତର ବୋଡକ ସ୍ପୋର୍ଟସ କ୍ଲବ ଆନୁକୂଲ୍ଯରେ କ୍ରିକେଟ ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ସାମ୍ବାଦିକ ଦୀପ୍ତି ରଂଜନ ନାୟକ ଅତିଥି ଭାବେ ଯୋଗଦେଇ ମ୍ୟାଚ ଉଦଘାଟନ କରିଥିଲେ । ସାମାଜିକ କର୍ମୀ ବିଷ୍ଣୁ ଚରଣ ବିଶ୍ବାଳ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ କୟାଁ ଓ ମଠଡିହ କ୍ରିକେଟ ଟିମ ମଧ୍ୟରେ ଓ ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚ ଆରଡି ଏବଂ ସିଙ୍ଗିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମଠଡିହ ଓ ଆରଡି କ୍ରିକେଟ ଟିମ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ଉଭୟ ଟିମ ମଧ୍ୟରେ ସେମି ଫାଇନାଲ ମ୍ୟାଚ ସଂଗଠିତ ହୋଇଥିଲା ଓ ଆରଡି କ୍ରିକେଟ ଟିମ ବିଜୟ ହାସଲ କରି ଫାଇନାଲ ମ୍ୟାଚକୁ ଉନ୍ନୀତ ହୋଇଥିଲା । ଶୈଳେନ୍ଦ୍ର ନାରାୟଣ ନାୟକ, ବିକ୍ରମ ମାଝୀ, ସିଦ୍ଧାନ୍ତ ନାୟକ ମ୍ୟାଚ ପରିଚାଳନା କରିଥିଲେ । କ୍ଲବର ସମସ୍ତ ସଦସ୍ୟ ସହାୟତା ପ୍ରଦାନ କରିଥିଲେ ।


