ସ୍ୱାସ୍ଥ୍ୟ ଶିବିରରେ ରୋଗୀଙ୍କୁ ଚିକିତ୍ସା ସହ ଓଷଧ ବଣ୍ଟନ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ପ୍ରସିଦ୍ଧ ଶୈବପୀଠ ଆରଡ଼ି ନିକଟସ୍ଥ କୁଳେପଦାରେ ଅବସ୍ଥିତ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ବିହାର ପରିସରରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ୧୭ ଗୋଟି ବିଭାଗର ପ୍ରଫେସର ଓ ସିନିୟର ଡାକ୍ତର ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ଏହି ଶିବିରରେ ଯୋଗଦେଇ ସେବା ଯୋଗାଇଦେଇ ଥିଲେ । ଚିକିତ୍ସା ସହିତ ରୋଗୀମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରା ଯାଇଥିଲା । ସତସଙ୍ଗ ଦେଓଘର ର ଆଚାର୍ୟ୍ୟଦେବ ଙ୍କ ଆଶିର୍ବାଦ ରେ ଶିଶୁ ହୃଦଶଲ୍ୟ ବିଶେଷଜ୍ଞ ଡାକ୍ତର ହେମନ୍ତ ନାୟକଙ୍କ ତତ୍ବାବଧାନ ରେ ଆରଡ଼ି ସତସଙ୍ଗ ବିହାର ପରିସରରେ ସ୍ବାସ୍ଥ୍ୟ ଶିବିର ସଙ୍ଗଠିତ ହୋଇଥିଲା। ନିକଟସ୍ଥ ଭଦ୍ରକ ଜିଲ୍ଲା ଯାଜପୁର ଜିଲ୍ଲା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରୁ ଦୁଇ ହଜାରରୁ ଅଧିକ ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ୩୦ ଜଣ ଖ୍ୟାତନାମା ଡାକ୍ତର ରୋଗୀ ସେବାକାର୍ୟ୍ୟରେ ଯୋଗ ଦେଇଥିଲେ । ଭଦ୍ରକ, ବାଲେଶ୍ଵର, କଟକ, ଭୁବନେଶ୍ୱର ରୁ ଶତାଧିକ ସ୍ୱାସ୍ଥ୍ୟ କର୍ମୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଧୂଷୁରୀ ଥାନା ଏବଂ ଆରଡ଼ି ଫାଣ୍ଡି ପୋଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ସଚେତନତା ଶିବିରରେ ଅଭିଜ୍ଞ ଡାକ୍ତର ମାନେ ସ୍ୱାସ୍ଥ୍ୟ ସମସ୍ୟା ନେଇ ସଚେତନତା ସୃଷ୍ଟିକରିଥିଲେ । ସମସ୍ତ ରୋଗୀ ମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା । ଡାକ୍ତର ରାଧା ମାଧବ ମିଶ୍ର,ସୁଧାଂଶୁଶେଖର ରାଉତ, ନାରାୟଣ ଚନ୍ଦ୍ର ବେହେରା,ମହେନ୍ଦ୍ର ପ୍ରସାଦ ବେହେରା,ଡକ୍ଟର ସୁଦର୍ଶନ ବାରିକ ,ସୁଧାଂଶୁ ସାହୁ,ରମେଶ ମହାନ୍ତି,ଚିତ୍ରଭାନୁ ଦାସ,ସଦାଶିବ ମହାପାତ୍ର, ସତ୍ୟରଞ୍ଜନ ମହାପାତ୍ର,ଦୀପ୍ତିରଞ୍ଜନ ନାୟକ ,ସୁଧୀର ଖଟୁଆ, ପ୍ରଫୁଲ୍ଲ ବେହେରା,ଅଶୋକ ନାୟକ,ଆନନ୍ଦ ଚନ୍ଦ୍ର ସ୍ବାଇଁ ,ନିରାକାର ରାଉତ, ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।


