ଆଇପିଏଲ୍‌-୨୦୨୦ ଖେଳିଳୀ ନିଲାମ ପ୍ରକ୍ରିୟା ଆରମ୍ଭ , ଅଧିକ ଟଙ୍କାରେ ବିକ୍ରି ହେଲେ କମିନ୍ସ

କୋଲକାତା: ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍ (ଆଇପିଏଲ୍‌) ୨୦୨୦ ନିମନ୍ତେ ଖେଳାଳୀ ମାନଙ୍କ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍ ଇତିହାସରେ ସର୍ବାଧିକ ଟଙ୍କାରେ କିଣା ହୋଇ ରେକର୍ଡ ହୋଇଛନ୍ତି । କମିନ୍ସଙ୍କୁ କୋଲକାତା (କେକେଆର) ୧୫.୫କୋଟି ଟଙ୍କାରେ କିଣିଛି।ସେହିଭଳି ଇଂଲଣ୍ଡର ଇଅନ ମୋର୍ଗାନଙ୍କୁ ୫କୋଟି ୨୫ଲକ୍ଷରେ କୋଲକାତା କିଣିଥିବାବେଳେ ଇଂଲଣ୍ଡର ଜେସନ ରୟଙ୍କୁ ୧କୋଟି ୫୦ଲକ୍ଷ ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ, ଭାରତର ରବୀନ ଉଥାପ୍ପାଙ୍କୁ ୩କୋଟିରେ ରାଜସ୍ଥାନ ରୟାଲ୍ସ, ଅଷ୍ଟ୍ରେଲିଆର ଆରୋନ ଫିଞ୍ଚଙ୍କୁ ୪.୪କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜସ୍ ବାଙ୍ଗାଲୋର(ଆରସିବି), ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସୱେଲଙ୍କୁ ୧୦.୭୫କୋଟି ଟଙ୍କାରେ କିଙ୍ଗସ୍ ଏକାଦସ ପଞ୍ଜାବ, ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନଙ୍କୁ ୫.୫କୋଟି ଟଙ୍କାରେ ଚେନ୍ନଇ ସୁପର କିଙ୍ଗସ୍ ଏବଂ ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସଙ୍କୁ ୧୦କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜସ୍ ବାଙ୍ଗାଲୋର(ଆରସିବି) କିଣିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ