ମହାବିଦ୍ୟାଳୟରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) :ଜଗତସିଂହପୁର ଜିଲ୍ଲା ତମାଖୁ ନିୟନ୍ତ୍ରଣ ସେଲ ଦ୍ୱାରା ଆୟୋଜିତ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟରେ ବୁଧବାର ଅନୁଷ୍ଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧିକାରୀ ଲେଙ୍କା,ପିଏଚଇଓ ତୃପ୍ତିମୟୀ ମହାପାତ୍ର,ମହାବିଦ୍ୟାଳୟର ଜାତୀୟ ସେବା ଶିବର କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ କୁମାର ମିଶ୍ର, ଜୁନିଅର ରେଡକ୍ରସ ସଂଯୋଜକ ଧିରେନ ପତି.ଅଧ୍ୟାପକ ହରି ପ୍ରସାଦ ପତି ପ୍ରମୁଖ ଯୋଗ ଦେଇ ତମାଖୁ ସେବନ ଦ୍ୱାରା ଶରୀର ଉପରେ କି କି ପ୍ରଭାବ ପଡେ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ ।ଏହି ଅବସରରେ ଏକ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ଲାଭ କରିଥିବା ଛାତ୍ରୀ ଦେବସ୍ମିତା ମହାରଣା, ରୁପାଲି ଦାସ, ସୌମ୍ୟା ସୁଚରିତା କାପଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ହେଲ୍‌ଥ ସୁପରଭାଇଜର ତ୍ରିଲୋଚନ ମହାନ୍ତି, ଆନନ୍ଦ ପ୍ରସାଦ ମହାନ୍ତି,ସ୍ୱାସ୍ଥ୍ୟକର୍ମୀ(ପୁରୁଷ) ସୂର୍ଯ୍ୟ ମାରାଣ୍ଡି,ରିତେଶ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ