ନୂଆ ବର୍ଷରେ ପର୍ଯ୍ୟଟନ ସ୍ଥଳୀ ଖାଁ ଖାଁ, ମନ୍ଦିରରେ ଭିଡ଼

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜି ନୂଆ ବର୍ଷରେ ପର୍ଯ୍ୟଟନ ସ୍ଥଳୀ ଗୁଡିକ ଖାଁ ଖାଁ ଲାଗୁଥିବା ବେଳେ ମନ୍ଦିର ଗୁଡିକରେ ପ୍ରବଳ ଭିଡ ଲାଗିରହିଥିଲା। ବିଶେଷକରି ଆଜି ନୂଆ ବର୍ଷଟି ସୋମବାର ରେ ପଡ଼ିଥିବାରୁ ଲୋକମାନେ ଭୋଜି ଭାତ ନ କରି ମନ୍ଦିର ମାନଙ୍କରେ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ପ୍ରତିବର୍ଷ ନୂଆବର୍ଷ ଦିନ ହଦଗଡ଼ ଓ ଗଡ଼ଚଣ୍ଡୀ ଠାରେ ହଜାର ହଜାର ଲୋକଙ୍କ ଭିଡ଼ ଜମେ। ଆଜି ହଦଗଡ଼ରେ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲେ ବି ଗତବର୍ଷ ତୁଳନାରେ କମ ଥିଲେ। ଅଲ୍ପ କିଛି ଲୋକ ଭୋଜି ଭାତରେ ମାତିଥିବା ବେଳେ ଅନ୍ୟମାନେ ଡ୍ୟାମ ଉପରେ ବୁଲି ବୁଲି ଫେରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଗଡ଼ଚଣ୍ଡୀ ପୀଠରେ ପର୍ଯ୍ୟଟକ ମାନେ ଅଷ୍ଟଭୁଜା ମା ଗଡ଼ଚଣ୍ଡୀଙ୍କ ନିକଟରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟ ପକ୍ଷରେ ଛେନାପଦି ଛକରେ ଥିବା ମା ବିଶ୍ୱତାରିଣୀ ମନ୍ଦିର, ହଦଗଡ଼ର ଜଗନ୍ନାଥ ମନ୍ଦିର, ବଞ୍ଚୋର ମା ବରାହିଙ୍କ ମନ୍ଦିର, ଵଞ୍ଚୋର ପ୍ରଭୁ ଦଧିବାବନ ଜୀଉ ମନ୍ଦିର, ହାବଳେଶ୍ଵରର ଈଶ୍ୱରଙ୍କ ମନ୍ଦିର, ଶାସଙ୍ଗର ଶିଖରେଶ୍ୱର ମନ୍ଦିର, ମୁଗୁପୁର ର ଉତ୍ତରେଶ୍ୱର ମନ୍ଦିର ମାନଙ୍କରେ ପ୍ରବଳ ଗହଳି ଲାଗିରହିଥିଲା। ଲୋକମାନେ ଠାକୁରଙ୍କ ନିକଟରେ ଜଗତର ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରୁଥିଲେ। ଛେନାପଦି ଛକରେ ଥିବା ମା ବିଶ୍ୱତାରିଣୀ ମନ୍ଦିର, ବିଶେଶ୍ୱର ମହାଦେବ ମନ୍ଦିର, ପ୍ରଭୁ ଶନିଶ୍ଚର ମନ୍ଦିରରେ ଆଜି ଭୋର ସମୟରୁ ମଙ୍ଗଳ ଆଳତୀ, ପହିଲି ଭୋଗ କରାଯିବା ପରେ ଭକ୍ତ ମାନେ ଭୋଗଲାଗି କରିଥିଲେ। ଦିନ ତମାମ ଆଜି ଗହଳି ଲାଗିଥିଲା। ସନ୍ଧ୍ୟାରେ ମନ୍ଦିର ଗୁଡିକରେ ଭଜନ କୀର୍ତ୍ତନ ମଧ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ