ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ର ଶୁଭାରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ମୁନିସିପାଲିଟି ପରିସର ପଟ୍ଟାପୋଲ ଅଙ୍ଗନବାଡି କେନ୍ଦ୍ର ଠାରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ କରିଛନ୍ତି. ଏହି ଯୋଜନା ଅଧୀନରେ ଜିଲ୍ଲାର ସମସ୍ତ ୧୫ ରୁ ୧୯ ବର୍ଷ ପର୍ଯ୍ୟନ୍ତ କିଶୋରୀ ମାସିକ ୧୬ଟି ଅଣ୍ଡା,ଦେଢ଼ କେଜି ଚଣା , ଏକ କେଜି ପୁଷ୍ଟିକର ମୁଢି ଓ ଗର୍ବବତୀ ମହିଳା ମାନଙ୍କୁ ୨୫ଟି ରାଶି ଲଡ଼ୁ,୫୦୦ ଗ୍ରାମ ଖଜୁରୀ,ଦେଢ଼ କେଜି ଚଣା ଓ୭୫୦ଗ୍ରାମ ମସଲା ମୁଢି ସରକାର ଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଉପସ୍ଥିତ କିଶୋରୀ ମାନଙ୍କୁ ପାଠ ପଢିବା ସହ ଅଳ୍ପ ବୟସ ରେ ବିବାହ ନକରିବା ପାଇଁ ପରାମର୍ଶ ଦେଇଥିଲେ. ଅନ୍ୟମାନଙ୍କ ମାଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶିଖା ପୋଦ୍ଦାର, ସିଡିପିଓ ସାଗରୀକା ଦତ୍ତ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ