ସ୍କାଉଟସ୍ ଏବଂ ଗାଇଡସ୍ର “ରୋଭର ରେଞ୍ଜର କାର୍ନିଭାଲ” ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ରାଜ୍ୟ ମୁଖ୍ୟାଳୟ ପରିସରରେ ଆୟୋଜିତ “ରୋଭର ରେଞ୍ଜର କାର୍ନିଭାଲ” ତା୦୩.୦୧.୨୦୨୪ରିଖ ସନ୍ଧ୍ୟା ୫.୩୦ ଘଟିକା ସମୟରେ ଉଦ୍ଘାଟିତ ହୋଇଅଛି । ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଊର୍ଦ୍ଧ୍ୱ ରୋଭର ଓ ରେଞ୍ଜର ଏହି କାର୍ନିଭାଲରେ ଯୋଗଦାନ କରିଛନ୍ତି । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଉଦ୍ଘାଟକ ଭାବେ ମାନ୍ୟବର ଖାଦ୍ୟଯୋଗାଣ ଓ ସମବାୟ, ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ରାଜ୍ୟ ମୁଖ୍ୟ କମିଶନର ଶ୍ରୀ ମିଶ୍ର ଉକ୍ତ ଶିିବିରର ଆୟୋଜନ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ନାୟକ ରାଜ୍ୟ ସଂଗଠନ ମହାବିଦ୍ୟାଳୟର ରୋଭର ଏବଂ ରେଞ୍ଜର ପିଲାମାନଙ୍କୁ ନେଇ ଏଭଳି ଏକ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ସନ୍ତୋଷପ୍ରକଟ କରିଥିଲେ ।ରାଜ୍ୟ ଯୁଗ୍ମ ସଂଗଠନ କମିଶନର ଶ୍ରୀମତୀ ପୁଷ୍ପାଞ୍ଜଳୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ରୋଭର ଓ ରେଞ୍ଜରମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।


