ତୁମୁଡିବନ୍ଧ ଠାରୁ ମୁନିଗୁଡା ରାସ୍ତା ମରଣ ଯନ୍ତା ପାଲଟିଛି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ପ୍ରମୁଖ ରାଜ୍ୟ ରାଜପଥ ନଂ.୫ ଏବେ ମରଣ ଯନ୍ତା ପାଲଟିଛି ।ବାଲିଗୁଡା ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ତୁମୁଡିବନ୍ଧ ରାମପୁର ଛକ ଠାରୁ -ଦୂର୍ଗାଫାଙ୍ଗା ପର୍ଯ୍ୟନ୍ତ ୩୮ କିଲୋମିଟର ରାସ୍ତାର ପ୍ରତ୍ୟେକ ଦିନ ଶହ ଶହ ଗାଡି ମଟର ଯାତାୟାତ କରୁଥିବା ବେଳେ ରାସ୍ତାର ମେଟାଲ ପିଚୁ ଉଠିବା ସହ ବଡବଡ ଗର୍ତ୍ତମାନ ସୃଷ୍ଟି ହୋଇଛି । ତୁମୁଡିବନ୍ଧ ଓ କୋଟଗଡ ଦୁଇ ବ୍ଲକ ସଦର ମହକୁମା ହୋଇଥିବା ବେଳେ ମୁଖ୍ୟ ବଜାର ରହିଛି । ଏହି ରାସ୍ତାଟି କନ୍ଧମାଳ ଜିଲ୍ଲାର ରାୟଗଡା ଜିଲ୍ଲା ସୀମାନ୍ତ ହୋଇଥିବା ବେଳେ ଗୋପାଳପୁର-ରାୟପୁର ଜାତୀୟ ରାଜପଥ ନଂ.୫୯ କୁ ସଂଯୋଗ କରୁଛି ।ଏହି ରାସ୍ତାରେ ପଡୋଶୀ ରାୟଗଡା ,କୋରାପୁଟ ,ମାଲକାନଗିରି ଜିଲ୍ଲା ସମେତ କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକ ର ପ୍ରାୟ ୧୫ ଟି ପଞ୍ଚାୟତ ର ଲୋକମାନେ ସକାଳ ହେଲେ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ ଆରମ୍ଭ କରି ଉପଖଣ୍ଡ ସଦର ମହକୁମା ବାଲିଗୁଡା କୁ ଶିକ୍ଷା ,ସ୍ୱାସ୍ଥ୍ୟ ଭଳି ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟ ପାଇଁ ଯିବା ଆସିବା କରିଥାନ୍ତି । ଏହା ସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ କୁ ମଧ୍ୟ ଯୋଗାଯୋଗ ରହିଛି । ଏହି ରାସ୍ତାରେ ବିଶାଖପାଟଣା ଠାରୁ ରାୟପୁର ,ଝାରସୁଗୁଡା ଠାରୁ ବିଶାଖାପାଟଣା କୁ ଶହ ଶହ ଟ୍ୟାଙ୍କର ,ଟ୍ରଲର ଯିବା ଆସିବା କରୁଥିବା ବେଳେ ରାୟଗଡା ଜିଲ୍ଲାର କାଶିପୁର ଉତ୍କଳ ଆଲୁମିନିୟମ ,ଥେରୁବାଲି ଇମ୍ଫା ଓ ଜେକେପୁର ର ଜେକେ ପେପର ମିଲ ଓ କଳାହାଣ୍ଡି ର ବେଦାନ୍ତ କମ୍ପାନୀ କୁ ପ୍ରତ୍ୟେକ ଦିନ ଶହ ଶହ ଟ୍ୟାଙ୍କର ଠାରୁ ଆରମ୍ଭ କରି ବଡ ବଡ ଟ୍ରଲର,ଟ୍ରକ ଓ ଛୋଟ ବଡ ଗାଡି ଯାତାୟାତ କରୁଛି । ଏହି ରାସ୍ତାଟି ଜାତୀୟ ରାଜପଥ ଠାରୁ ଢେର ଅଧିକ ଗାଡି ମୋଟର ଚଳାଚଳ କରୁଥିବା ବେଳେ ଏହି ରାସ୍ତା ଟି ପ୍ରଥମେ ଗ୍ରାମ୍ୟ ବିଭାଜନ ଓ ପରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିଲା । ଏହା ପରେ କେବଳ ପୂର୍ତ୍ତ ବିଭାଗ ତାଳି ପକା କାର୍ଯ୍ୟ ରେ ରାଜ୍ୟ ରାଜପଥ ନଂ.୫ ରାସ୍ତା ଟି କାର୍ଯ୍ୟ ସାରି ଦେଉଛି । ଯାହାଫଳରେ ରାସ୍ତାଟି ନିର୍ମାଣ ର କିଛି ଦିନ ମଧ୍ୟରେ ମେଟାଲ ,ପିଚୁ ଉଠିବା ସହ ବଡ ବଡ ଗର୍ତ୍ତ ହେବା ସହ ବର୍ଷା ଦିନ ହେଲେ ପୋଖୋରୀ ର ଭ୍ରମ ସୃଷ୍ଟି ହେଉଛି । ଖାଲ ଖମା ରାସ୍ତା ଯୋଗୁଁ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି । ଏ ନେଇ ବାଲିଗୁଡା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର ଙ୍କ ସହ ତୁମୁଡିବନ୍ଧ – ମୁନିଗୁଡା ଏସଏଚ ନଂ.୫ ରାସ୍ତା ମରଣ ଯନ୍ତା ପାଲିଟିଛି ଏ ସମ୍ପର୍କ ରେ ମତାମତ ଦେଇ କହିଛନ୍ତି ରାସ୍ତା ମରାମତି ପାଇଁ ୫୦ ଲକ୍ଷ ଟଙ୍କା ର ଟେଣ୍ଡର ଡକାଯାଇଛି କିନ୍ତୁ ଏହି ରାସ୍ତାଟି ଅତି ପୁରୁଣା ରାସ୍ତା ହୋଇ ଥିବା ବେଳେ ପ୍ରତ୍ୟେକ ଦିନ ଶହ ଶହ ଭାରିଯାନ ଯାତାୟାତ କରୁଛି । ଏ ନେଇ ଏକ ସର୍ଭେ ଓ ଟେଷ୍ଟିଙ୍ଗ କରି ୩୮ କିଲୋମିଟର ପାଇଁ ୫୦ କୋଟିର ଏକ ଅଟକଳ ପ୍ରସ୍ତୁତ କରାଯାଇଛି । ସେହି ରିପୋର୍ଟ କୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଅଟକଳ କୁ ମଞ୍ଜୁରୀ ହେଲେ ଟେଣ୍ଡର ମାଧ୍ୟମରେ ରାସ୍ତା କାର୍ଯ୍ୟ କରାଯିବ । ରାୟପୁର- ଗୋପାଳପୁର ୫୯ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ତୁମୁଡିବନ୍ଧ ଠାରୁ ମୁନିଗୁଡା ,ରାୟଗଡା ସହର ମଧ୍ୟ ଦେଇ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ର ପାର୍ବତିପୁରମ ପର୍ଯ୍ୟନ୍ତ ରହିଥିବା ରାଜ୍ୟ ରାଜପଥ କୁ ଜାତୀୟ ରାଜପଥ ରେ ସାମିଲ କରିବା ପାଇଁ ବାଲିଗୁଡା ପୂର୍ବତନ ବିଧାୟକ କରେନ୍ଦ୍ର ମାଝି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଙ୍କୁ ବାରମ୍ବାର ଦାବୀ କରି ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି । ତେବ କେବେ ଏହି ରାସ୍ତା ର ଅବସ୍ଥା ସୁଧୁରୁଛି ତାହା ଅଞ୍ଚଳ ବାସୀ ଆଶା ବାନ୍ଧି ବସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ