ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ପୋଲିସ ଜିମା ଦେଲେ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଆଡ଼ାସିପଡ଼ା ପଞ୍ଚାୟତର କୁରୁପାଡି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପିଲାଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ଅଜଣା ବ୍ୟକ୍ତି ଜଣକ ଗ୍ରାମରେ ଏଣେ ତେଣେ ବୁଲୁଥିବା ଦେଖି ଲୋକମାନେ ତାଙ୍କୁ ପିଲା ଚୋର ବୋଲି ସେନ୍ଦହ କରିଥିଲେ। ପରେ ସମସ୍ତେ ମିଶି ଅଚିହ୍ନା ବ୍ୟକ୍ତିକୁ କାବୁ କରି ଗ୍ରାମ ମଝିରେ ଏକ ଖୁଣ୍ଟିରେ ବାନ୍ଧି ଖଜୁରିପଡା ପୋଲିସକୁ ଖବର ଦେଇଥିଲେ। ପୋଲିସ କୁରୁପାଡି ଗ୍ରାମରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ସେହି ବ୍ୟକ୍ତିଙ୍କ ପାଖରେ ଥିବା ଆଧାର କାର୍ଡରେ ନାମ ବୁଧୁ ମୁର୍ମୁ ଲେଖାଥିବା ବେଳେ ବୟସ ୨୦ବର୍ଷ ହେବ। ତାଙ୍କ ପରିବାର ସହିତ ପୋଲିସ ଯୋଗାଯୋଗ କରିଛି। ପରିବାର ଲୋକ ଆସିଲେ ସମ୍ପୃକ୍ତ ବ୍ୟକ୍ତି ଜଣକ ପିଲା ଚୋର ନା ମାନସିକ ବିକାରଗ୍ରସ୍ତ ଜଣାପଡିବ ବୋଲି ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ