ରାସାୟନିକ ବିପର୍ଯ୍ୟୟରମୁକାବିଲା ସକାଶେ ମକଡ୍ରିଲ ଅନୁଷ୍ଠିତ ହେବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରାସାୟନିକ ବିପର୍ଯ୍ୟୟର ମୁକାବିଲା କରିବା ସକାଶେ ଏହାର ପୂର୍ବ ପ୍ରସ୍ତୁତି ଅପରିହାର୍ଯ୍ଯ । ଏଣୁ ଜାତୀୟ ସ୍ତରୀୟ, ଜିଲ୍ଲା ଏବଂ ଗ୍ରାମାଞ୍ଚଳରେ ସତର୍କତା ଅବଲମ୍ବନ ଜରୁରୀ । ଜନ ଜୀବନ ସମେତ ଜୀବ ଜଗତର ସୁରକ୍ଷା ସକାଶେ ରାସାୟନିକ ଦୁର୍ଘଟଣା ଯେମିତି ଘଟିବ ନ।ହିଁ, ସେଥି ନିମନ୍ତେ ପ୍ରସ୍ତୁତି ଆବଶ୍ୟକ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗ କ୍ରମେ ରାଜ୍ୟସ୍ତରୀୟ ରାସାୟନିକ ବିପର୍ଯ୍ୟୟର ନିୟନ୍ତ୍ରଣ ଏବଂ ଏହାକୁ ରୋକିବା ନିମନ୍ତେ କିଭଳି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ,ସେଥି ନେଇ ଏକ ମକଡ୍ରିଲ ଆୟୋଜନ କରାଯାଇ ସତର୍କତା ସକାଶେ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରାଯିବ । ଗଞ୍ଜାମ ଜିଲ୍ଲାର ୪ ଗୋଟି ଶିଳ୍ପ ଅନୁଷ୍ଠାନ ଗ୍ରାସୀମ , ସନଟେକ, ଟାଟା ଫେରୋକ୍ରମ ଏବଂ ଭାରତୀୟ ବିରଳ ମୃତ୍ତିକା ଶିଳ୍ପ ଗୁଡିକରେ ଚଳିତ ମାସ ୧୧ ତାରିଖ ଦିନ ମକ ଏକ୍ସରସାଇଜ କରାଯିବ ଏବଂ ତା ପୂର୍ବରୁ ଚଳିତ ମାସ ୯ ତାରିଖରେ ଟେବୁଲ ଟପ ଏକ୍ସରସାଇଜ କରାଯିବ । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଏବଂ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଆୟୁଷି ପତି ଅଧ୍ୟକ୍ଷତା କରି ରାସାୟନିକ ବିପର୍ଯ୍ୟୟ ଆଭିମୁଖ୍ୟକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀଗଣ ଏବଂ ଶିଳ୍ପ ପ୍ରତିଷ୍ଠାନର ଅଧିକାରୀବୃନ୍ଦ ଯୋଗ ଦେଇ ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ। ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ କାର୍ଯ୍ୟକ୍ରମ ମକ ଏକ୍ସରସାଇଜ ବିଷୟ ନେଇ ଆଭାସୀ ବୈଠକରେ ଯୋଡି ହୋଇ କାର୍ଯ୍ୟକ୍ରମର ଲକ୍ଷ୍ଯ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଓସଡମାର ବରିଷ୍ଠ ଅଧିକାରିଗଣ ବୈଠକରେ ଯୋଗଦାନ କରି କାର୍ଯ୍ୟକ୍ରମର ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଥିଲେ। ରାସାୟନିକ ବିପର୍ଯ୍ୟୟ ସମୟରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକର ସହଭାଗୀତା ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଛି । ଚଳିତ ମାସ ୮ ତାରିଖ ଦିନ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ,୯ ତାରିଖ ଦିନ ଟେବୁଲ ଏକ୍ସରସାଇଜ ଅନୁଷ୍ଠିତ କରିବା ପାଇଁ ଧାର୍ଯ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ